ସରକାରୀ ଚାକିରି ନାହିଁ ବୋଲି ବାହା ହେଲାନି ଝିଅ
ସରକାରୀ ଚାକିରି ନାହିଁ ତ ବାହାଘର ବି ହେବ ନାହିଁ । ଏମିତି ରୋକଠୋକ କଥା ଶୁଣାଇ ବାହାଘର ଭାଙ୍ଗିଦେଇଛି ଜଣେ ଝିଅ । ପୁଅର ଲକ୍ଷେ କୋଡିଏ ହଜାର ଟଙ୍କା ଦରମା ହୋଇଥିଲେ ବି ଝିଅ ବାହା ହେବାକୁ ମନା କରିଦେଇଛି । ଶେଷରେ ପୁଅ ଘର ଲୋକ ବାରାତ ଦେଇ ଫେରି ଯାଇଛି । ଏ ଘଟଣା ଉତ୍ତରପ୍ରଦେଶ ପୁରଖାବାଦର ।
ସୂଚନା ମୁତାବକ, ବିବାହ ପୂର୍ବରୁ ମଧ୍ୟସ୍ତି କନ୍ୟାପକ୍ଷକୁ କହିଥିଲେ ଯେ, ବର ସରକାରୀ ଚାକିରିଆ । ଏହା ଶୁଣି କନ୍ୟାପକ୍ଷ ବିବାହ ପାଇଁ ରାଜି ହୋଇଥିଲେ। ଛତିଶଗଡ଼ର ବଲରାମପୁରରେ ରହୁଥିବା ସରକାରୀ କିରାଣୀଙ୍କ ପୁଅ ବିବାହ ପାଇଁ ବରଯାତ୍ରୀ ଧରି ଫାରୁଖାବାଦକୁ ଆସିଥିଲେ। କନ୍ୟାପକ୍ଷ ଗେଷ୍ଟ ହାଉସରେ ବରଯାତ୍ରୀଙ୍କୁ ଧୁମଧାମରେ ସ୍ୱାଗତ କରିଥିଲେ । ବର ପହଞ୍ଚିବା ପରେ ପରେ ବରମାଲା ଆରମ୍ଭ ହୋଇଥିଲା। ଏହି ସମୟରେ କେହି ଜଣେ ବରର ଚାକିରି ବିଷୟରେ ପଚାରି ଥିଲେ ।
ବରର ବାପା ଚାକିରି କଥା ପଚାରିବାରୁ ପୁଅ ସରକାରୀ ନୁହେଁ ବରଂ ବେସରକାରୀ ଚାକିରି କରୁଥିବା କହିଥିଲେ। ଏହି କଥା କନ୍ୟାର କାନରେ ପଡ଼ିବା ପରେ ସେ ବିବାହ କରିବାକୁ ମନା କରିଦେଇଥିଲେ। ଏହା ଶୁଣି ବର ନିଜର ଦରମା ୧.୨୦ଲକ୍ଷ ବୋଲି ଜଣାଇ ପ୍ରମାଣ ଦେଇଥିଲେ ବି କନ୍ୟା ବିବାହ କରିବାକୁ ରାଜି ହୋଇନଥିଲେ।
ଝିଅ କହିଥିଲା ଯେ, ମଧ୍ୟସ୍ଥି ପୁଅ ସରକାରୀ ଚାକିରି କରୁଛି ବୋଲି କହିବାରୁ ବାହାଘର ପାଇଁ ରାଜି ହୋଇଥିଲୁ । କିନ୍ତୁ ମିଛ ଜଣାପଡିବା ପରେ ମନ ଭାଙ୍ଗିଯାଇଛି । ସେଥିପାଇଁ ବିବାହ ଖର୍ଚ୍ଚ ଉଭୟ ପକ୍ଷରୁ ଅଧା ଅଧା କରାଯାଇଛି । ଏହାପରେ ବରପକ୍ଷ ମଧ୍ୟ ମନ ଦୁଃଖରେ ଫେରି ଯାଇଛନ୍ତି ।
Powered by Froala Editor