ବାଂଲାଦେଶରେ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ଭାରତର ନିନ୍ଦା
ବାଂଲାଦେଶ ଇସ୍ପନ ପୁଣ୍ଡରୀକ ଧାମ ସାଧୁ ତଥା ସଂଖ୍ୟାଲଘୁ ସଂଗଠନ ବାଂଲାଦେଶ ସନାତନୀ ଜାଗରଣ ଜୋତେର ପ୍ରବକ୍ତା ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଢାକା ବିମାନ ବନ୍ଦରରେ ଗିରଫ କରାଯାଇଛି। ଏହାକୁ ନେଇ ଏବେ ଚିନ୍ତା ପ୍ରକଟ କରିିଛି ଭାରତ। ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଉଦ୍ ବେଗ ପ୍ରକାଶ କରିବା ସହ କହିଛି ଯେ ବାଂଲାଦେଶରେ ଉଗ୍ରବାଦୀ ତତ୍ତ୍ୱଙ୍କ ଦ୍ୱାରା ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଅନେକ ଆକ୍ରମଣ ଘଟଣା ଘଟିଛି। ଦୁର୍ଭାଗ୍ୟବଶତଃ ଏହି ଘଟଣାର ଅପରାଧୀମାନେ ଏବେ ବି ଫେରାର ଅଛନ୍ତି।
ବାଂଲାଦେଶ ନେତୃତ୍ବାଧୀନ ସନାତନ ଜାଗରଣ ଜୋଟ୍ ର ମୁଖପାତ୍ର ଇସ୍କନ୍ ପୂଜକ ଚିନ୍ମୟ କ୍ରିଷ୍ଣା ଦାସଙ୍କୁ ଗିରଫ ଓ ଜାମିନ ନାମଞ୍ଜୁର କରିବା ଘଟଣାକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବାଂଲାଦେଶର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛୁ ଯେ ହିନ୍ଦୁ ଏବଂ ସମସ୍ତ ସଂଖ୍ୟାଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କରନ୍ତୁ, ଯେଉଁଥିରେ ଶାନ୍ତିପୂର୍ଣ୍ଣ ସମାବେଶ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ରହିଛି।
ଏହି ଖବର ମିଳିବା ପରେ ଇସ୍କନ ମୁଖପାତ୍ର ରାଧାରମଣ ଦାସ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଢାକା ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ଏବେ ମୁଁ ଖବର ପାଇଲି ଯେ ହିନ୍ଦୁ ସନ୍ଥ ଏବଂ ବାଂଲାଦେଶୀ ସଂଖ୍ୟାଲଘୁଙ୍କର ଜଣେ ପ୍ରମୁଖ ନେତା ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଏଭଳି ଏକ ଜଟିଳ ସମୟରେ ଢାକା ପୁଲିସ ଗିରଫ କରି ଏକ ଅଜ୍ଞାତ ସ୍ଥାନକୁ ନେଇଯାଇଛି।
Powered by Froala Editor