ବିଶାଲ ଓ ବିଗବଜାର ସିଲ
ଭୁବନେଶ୍ୱର : କରୋନା ସଂକ୍ରମଣ ସମୟରେ ସରକାର ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଗତକାଲି ସରକାରଙ୍କ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଆଂଶିକ ଲକଡାଉନ କରାଯାଇଛି । ତେବେ ଆଂଶିକ ଲକଡାଉନ ଆରମ୍ଭ ହେଉ ହେଉ ଲୋକେ ଅମାନିଆ ହେବା ଆରମ୍ଭ କରିଦେଇଛନ୍ତି । କୋଭିଡ ନିୟମର ଧଜିଆ ଉଡ଼ାଇ ଦେଇଛନ୍ତି । ଯାହାର ଫଳ ସ୍ୱରୂପ ଭୁବନେଶ୍ୱରର ବିଭିନ୍ନ ମାର୍କେଟରେ ବିଏମସି ଏନଫୋର୍ସମେଣ୍ଟ ଟିମ ଚଢଉ କରିଛି ।
ଏହି ଅବସରରେ ଇନ୍ଦ୍ରଧନୁୁ ମାର୍କେଟସ୍ଥିତ ବିଶାଲ ମେଗାମାର୍ଟ ଓ ବିଗବଜାରକୁ ବିଏମସି ପକ୍ଷରୁ ସିଲ କରିଦିଆଯାଇଛି । ସେହିପରି ଗ୍ୟାରେଜ ଛକ ସ୍ଥିତ ଉକ୍ରଳ ଇନ ବାର ଓ ରେଷ୍ଟୁରାଣ୍ଟକୁ ମଧ୍ୟ ସିଲ କରିଦିଆଯାଇଛି । କୋଭିଡ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେର ବିଏମସି ଏନଫୋର୍ସମେଣ୍ଟ ଟିମ ଏଗୁଡ଼ିକ ସିଲ କରିଥିବା ଜଣାଯାଇଛି ।
Powered by Froala Editor