ଆଦାନୀଙ୍କ ଉପରେ ଆମେରିକାର ଗମ୍ଭୀର ଆରୋପ : ଏନର୍ଜୀ କଣ୍ଟ୍ରାକ୍ଟ ପାଇଁ ୨ହଜାର କୋଟି ଲାଞ୍ଚ
ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ଉପରେ ଆମେରିକାରେ ଏକ ଗମ୍ଭୀର ଆରୋପ ଲାଗିଛି। ଆମେରିକାରେ ସୋଲାର ଏନର୍ଜୀ କଣ୍ଟ୍ରାକ୍ଟ ପାଇବା ପାଇଁ ୨୬୫ ମିଲିୟନ ଡଲାର ତଥା ୨୨୩୬ କୋଟିରୁ ଅଧିକ ଟଙ୍କାର ଲାଞ୍ଚ ଦେଇଥିବା ଓ ଏହାକୁ ଲୁଚାଇ ଥିବା ନେଇ ଅଭିଯୋଗ ଉଠିଛି। ସେ ତାଙ୍କ କମ୍ପାନିର ନିବେଶକମାନଙ୍କୁ ଧୋକା ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି।
ଆମେରିକାରେ ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ କମିସନ (ଏସ୍ଇସି) ବୁଧବାର ଦିନ ଏହି ମାମଲାରେ ଗୌତମ ଆଦାନୀଙ୍କ ପୁତୁରା ସାଗର ଆଦାନୀ, ଆଦାନୀ ଗ୍ରିନ୍ ଏନର୍ଜି ଲିମିଟେଡର ଅଧିକାରୀଙ୍କ ସମେତ ଅନ୍ୟ ଏକ କମ୍ପାନି ଏଜୋୟର୍ ପାୱାରା ଗ୍ଲୋବାଲ୍ ଲିମିଟେଡ୍ର ଅଧିକାରୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି।
ରିପୋର୍ଟରେ କୁହାଯାଇଛି ଆଦାନୀ ନିଜ ପୁତୁରା ସାଗରଙ୍କ ସହିତ ଅନ୍ୟ ୭ ଜଣଙ୍କ ସହ ମିଶି ନିଜର ରିନ୍ୟୁଏବଲ୍ ଏନର୍ଜି କମ୍ପାନିକୁ କଣ୍ଟ୍ରାକ୍ଟ ଦେବାକୁ ସରକାରୀ ଅଧିକାରୀଙ୍କୁ ପାଖାପାଖି ୨୬୫ ମିଲିୟନ୍ ଡଲାର ଲାଞ୍ଚ୍ ଯାଚିଥିଲେ। ଏହି ଲାଞ୍ଚ୍ ୨୦୨୦ ମସିହାରୁ ନେଇ ୨୦୨୪ ଭିତରେ ଏହି ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଛି।
ଏହାକୁ ନେଇ ଆଦାନୀ ଗ୍ରୁପ୍ ପକ୍ଷରୁ ବି ପ୍ରତିକ୍ରିୟା ପ୍ରକାଶ ପାଇ ସାରିଲାଣି। ବୟାନରେ କୁହାଯାଇଛି କି ‘‘ଆମେରିକାର ନ୍ୟାୟ ବିଭାଗ ଏବଂ ଏସ୍ଇସି ଆମ ବୋର୍ଡ ସଦସ୍ୟ ଗୌତମ ଆଦାନୀ ଏବଂ ସାଗର ଆଦାନୀଙ୍କ ନାମରେ ଆମେରିକାର ଜିଲ୍ଲା ଅଦାଲତରେ ଏକ ଅଭିଯୋଗ ଜାରି କରିଛି। ଏ ସମଗ୍ର ମାମଲା କୋଟି କୋଟି ଡଲାରର ଲାଭ ସହ ଜଡିତ।
ରିପୋର୍ଟରେ କୁହାଯାଇଛି ଯେ, ଏହି ଚୁକ୍ତିନାମା ମାଧ୍ୟମରେ ଆଦାନୀ ଗ୍ରୁପ୍ ୨୦ ବର୍ଷ ମଧ୍ୟରେ ୨ ବିଲିୟନ ଡଲାରରୁ ଅଧିକ ଲାଭ ପାଇବ ବୋଲି ଆଶା କରିଥିଲା। ଅଭିଯୋଗ ହୋଇଛି ଯେ ୨୦୨୦ ରୁ ୨୦୨୪ ମଧ୍ୟରେ ଅଧିକାରୀମାନଙ୍କୁ ଏହି ଲାଞ୍ଚ ଦିଆଯାଇଥିଲା।
Powered by Froala Editor