ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ହଙ୍ଗାମା, ବିଜେପି ନେତାଙ୍କ ନାଁରେ ଟଙ୍କା ବାଣ୍ଟିଥିବା ଅଭିଯୋଗ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ଲାଗି ଭୋଟ ଗ୍ରହଣ ନଭେମ୍ବର ୨୦ରେ ଓ ଭୋଟ ଗଣନା ୨୩ ତାରିଖରେ ହେବ। ନିର୍ବାଚନକୁ ଗୋଟିଏ ଦିନ ବାକିଥିବା ବେଳେ ମୁମ୍ବାଇରେ ଟଙ୍କା ବଣ୍ଟା ଯାଉଥିବାର ଏକ ଘଟଣା ସାମ୍ନାକୁ ଆସିଛି।
ବିଜେପି ନେତା ବିନୋଦ ତାବଡେଙ୍କ ବିରୋଧରେ ଭୋଟ ପୂର୍ବରୁ ଟଙ୍କା ବଣ୍ଟାଯିବାର ଅଭିଯୋଗ ହୋଇଛି। ସେ ଭୋଟ୍ ପାଇଁ ଲୋକଙ୍କୁ ଟଙ୍କା ବାଣ୍ଟିଥିବା ଅଭିଯୋଗ ହୋଇଛି। ତାୱଡେ ପାଲଘର ଜିଲ୍ଲାରେ ଟଙ୍କା ବାଣ୍ଟିଥିବା ବହୁଜନ ବିକାଶ ଅଗାଡ଼ି (BVA) ଦଳ ଅଭିଯୋଗ ଆଣିଛି। ଏହି ଘଟଣାକୁ ନେଇ ବିରୋଧୀ ମହାବିକାଶ ଅଗାଡ଼ି ବିଜେପି ନେତା ତାବଡେଙ୍କ ଘର ସାମ୍ନାରେ ହଙ୍ଗାମା ସୃଷ୍ଟି କରିଛନ୍ତି।
ଘଟଣାକୁ ନେଇ ବିଜେପି ପ୍ରତିକ୍ରିୟା ଦେଇ କହିଛି,‘ତାବେଡ ନିର୍ବାଚନର ପ୍ଲାନିଂ କରିବା ପାଇଁ କର୍ମକର୍ତ୍ତାମାନଙ୍କୁ ଭେଟିବା ପାଇଁ ଡାକିଥିଲେ। ଯଦି ବିନୋଦ ତାବେଡଙ୍କ ବିରୋଧରେ ଭୋଟର୍ସଙ୍କୁ ଟଙ୍କା ବଣ୍ଟାଯିବାର ଅଭିଯୋଗ ହୋଇଛି ତେବେ ଏଥିରେ ଦଳ ସମ୍ପୂର୍ଣ୍ଣ ସହୋଯାଗ କରିବ। ନିର୍ବାଚନ ଆୟୋଗ ଏହି ଘଟଣାର ଯାଞ୍ଚ କରିବା ଆବଶ୍ୟକ। ଏଥିସହିତ ହୋଟେଲର ସମସ୍ତ ସିସିଟିଭି ଫୁଟେଜ ବି ଯାଞ୍ଚ କରାଯାଉଛି।
ଏହି ଘଟଣାକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଦେଖା ଯାଉଛି ଯେ, ବିଜେପି କର୍ମୀ ଏକ ବ୍ୟାଗରୁ ନଗଦ ଟଙ୍କା ନେଉଥିବାବେଳେ ତାବେଡ କିଛି ଦୂରରେ ବସିଛନ୍ତି। ସେମାନେ ତାଙ୍କ ସହ ଫଟୋ ଏବଂ ଭିଡିଓ ଶୁଟ୍ କରିବାକୁ ଆସୁ ଥିବାବେଳେ ବ୍ୟାଗଟି ତାଙ୍କର ନୁହେଁ ବୋଲି ତାବେଡ କହୁଥିବା ଦେଖିବାକୁ ମିଳୁଛି।
Powered by Froala Editor