ନଭେମ୍ବର ୨୫ ପର୍ଯ୍ୟନ୍ତ ବଢ଼ିଲା ମାଟ୍ରିକ ଫର୍ମ ପୂରଣ ଅବଧି

ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧିକୁ ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ପରିଷଦ (BSE)। ଦଶମ ପରୀକ୍ଷା ୨୦୨୫ ପାଇଁ ଫର୍ମ ଭରିବା ତାରିଖ ଘୁଞ୍ଚିଛି। ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ଫର୍ମ ପୂରଣ ଅବଧିକୁ ବଢ଼ାଇଛି ବୋର୍ଡ। ସୋମବାର ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ଏହି ସୂଚନା ଦେଇଛି।
ସେହିପରି ଓଡ଼ିଶା ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ SOSC ପରୀକ୍ଷା ୨୦୨୫ (ପ୍ରଥମ) ପାଇଁ ମଧ୍ୟ ଫର୍ମ ପୂରଣ ଅବଧିକୁ ବୃଦ୍ଧି କରାଯାଇଛି। ତେବେ ଏହା ପରେ ଆଉ ଫର୍ମ ପୂରଣ ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି।
ବାର୍ଷିକ ଓଡ଼ିଶା ମାଟ୍ରିକ୍ ପରୀକ୍ଷା ଫେବୃଆରୀ ୨୧, ୨୦୨୫ ରେ ଆରମ୍ଭ ହେବ। ଏହା ମାର୍ଚ୍ଚ ୬, ୨୦୨୫ ପର୍ଯ୍ୟନ୍ତ ଚାଲିବ। ଗଣିତ ବ୍ୟତୀତ ସମସ୍ତ ପରୀକ୍ଷା ସକାଳ ୯ ଟାରୁ ୧୦.୩୦ ପର୍ୟ୍ୟନ୍ତ ଆରମ୍ଭ ହେବ, ଯାହା ସକାଳ ୧୧.୪୫ ରେ ଶେଷ ହେବ।
Powered by Froala Editor