ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି, ଥାନାରେ ଏତଲା
ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି ନେଇ ପୁରୀ ବାସେଳିସାହି ଥାନାରେ ଏତଲା ହୋଇଛି। ପୁରୀ ମାଟିତୋଟା ମୌଜାରେ ମହାପ୍ରଭୁଙ୍କ ନାଁରେ ଥିବା ଜମିକୁ ଜବରଦଖଲ କରି ବେଆଇନ ଭାବେ ହସ୍ତାନ୍ତର ଉଦ୍ୟମ ଅଭିଯୋଗ ହୋଇଛି। ଉକ୍ତ ଜମିକୁ ଜବରଦଖଲ କରି ମୋଟ୍ ୧୦୯ଟି ପ୍ଲଟ୍କୁ ବେଆଇନ ଭାବେ ହାତେଇବା ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି।
ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛି। ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ, ମାର୍ଫତ ପରିଚାଳନା କମିଟିଙ୍କ ସମସ୍ତ ଜମି ପଟ୍ଟା ଗୁଡିକର ଏବେ କମ୍ପ୍ୟୁଟରୀକରଣ ପ୍ରକ୍ରିୟା ଚାଲୁ ରହିଛି। ବିକ୍ରିବଟା ବା ଲିଜ ଇଦ୍ୟାଦିକୁ ସଂପୂର୍ଣ୍ଣ ରୂପେ ସ୍ୱଚ୍ଛ କରିବା ଆମର ଲକ୍ଷ୍ୟ ।
ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ଏଭଳି ବେଆଇନ ହସ୍ତାନ୍ତର ସମ୍ପୂର୍ଣ୍ଣ ଅବୈଧ। ଏଥିରୁ କ୍ଷାନ୍ତ ରହିବାକୁ ବ୍ୟକ୍ତି ଏବଂ ଅନୁଷ୍ଠାନକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ଏସବୁ କଦାପି ବରଦାସ୍ତ କରାଯିବନି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
Powered by Froala Editor