ଖୁବଶୀଘ୍ର ବଜାରକୁ ଆସିବ ଓମଫେଡ୍ ପାଣି ଏବଂ ଚକୋଲେଟ
ଭୁବନେଶ୍ବର: ଗୋପାଳନର ବିକାଶ ତଥା ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲାଗି ରାଜ୍ୟ ସରକାର ଓମଫେଡ୍ର ୩ଟି ନୂତନ ଦୁଗ୍ଧ ପ୍ଲାଣ୍ଟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ସମ୍ବଲପୁର, ବ୍ରହ୍ମପୁର ଏବଂ ବାଲେଶ୍ଵରରେ ଏହି ନୂତନ ଡାଏରୀ ପ୍ଲାଣ୍ଟ ଖୋଲାଯିବ। ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଓମଫେଡ୍ରେ ଗୁଣବତ୍ତା ଏବଂ ଦୁଗ୍ଧ ପରିମାଣ ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରାର ସହାୟତା ନିଆଯିବ। ଏହା ସହିତ ଖୁବଶୀଘ୍ର ଓମଫେଡ୍ ପାଣି ଏବଂ ଚକୋଲେଟ ବଜାରକୁ ଆସିବ ବୋଲି ସୂଚନା ଦିଆଯାଇଛି।
Powered by Froala Editor