ଆଉ ୧୦ ବର୍ଷ ନୁହେଁ, ୭ ବର୍ଷ ପରେ ଏସ୍ଆଇ ହେବେ ଇନ୍ସପେକ୍ଟର
ରାଜ୍ୟ ସରକାର ପୁଲିସ ବିଭାଗରେ ପଦୋନ୍ନତି ନେଇ ଏସ୍ଆଇମାନଙ୍କ ପାଇଁ ଭଲ ଖବର ଆଣିଛନ୍ତି। ଏହା ଦ୍ବାରା ପୁଲିସ ଏସ୍ଆଇ ଭାବେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ପଦୋନ୍ନତି ପାଇଁ ଆଉ ୧୦ ବର୍ଷକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏଣିକି ୭ ବର୍ଷ ପରେ ଜଣେ ଏସ୍ଆଇ ହୋଇପାରିବେ ଇନ୍ସପେକ୍ଟର। ଏନେଇ ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି।
ଏସ୍ଆଇମାନଙ୍କ ପଦୋନ୍ନତି ନେଇ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଭଲ ଭାବେ ସମୀକ୍ଷା କରିବା ପରେ ରାଜ୍ୟ ସରକାର ଓଡ଼ିଶା ପୁଲିସ ମାନୁଆଲ ରୁଲ୍ରେ ଥିବା ନିୟମ ଅନୁଯାୟୀ ଚଳିତ ବର୍ଷ ପାଇଁ ଏସ୍ଆଇରୁ ଇନ୍ସପେକ୍ଟର ରାଙ୍କକୁ ପଦୋନ୍ନତି ପାଇଁ ମାନଦଣ୍ଡକୁ କୋହଳ କରିଛନ୍ତି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ପଦୋନ୍ନତିକୁ ୧୦ ବର୍ଷରୁ ୭ ବର୍ଷକୁ ହ୍ରାସ କରି ଦିଆଯାଇଛି। ପୂର୍ବରୁ ୧୦ ବର୍ଷ ପରେ ଜଣେ ଏସ୍ଆଇରୁ ଇନ୍ସପେକ୍ଟର ପଦବି ପାଇଁ ପଦୋନ୍ନତି ପାଉଥିଲେ। କିନ୍ତୁ ଏଣିକି ପଦୋନ୍ନତି ପାଇଁ ଆଉ ୧୦ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ।
ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ, ୨୦୨୪ ଜାନୁଆରୀ ୧ ତାରିଖ ସୁଦ୍ଧା ଯେଉଁମାନେ ଲଗାତାର ୭ ବର୍ଷ ଏସ୍ଆଇ ଭାବେ କାର୍ଯ୍ୟ କରିସାରିଥିବେ ସେମାନଙ୍କୁ ଇନ୍ସପେକ୍ଟର ପଦବୀକୁ ପଦୋନ୍ନତି ଦେବା ପାଇଁ ବିଚାର କରାଯିବ।
Powered by Froala Editor