Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, October 29, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ...

  • ରେଳ ଷ୍ଟେସନରେ ଭୟଙ୍କର ଡ୍ରୋନ୍ ଆକ୍ରମଣ, ୧୩ ...

  • ୩୦ରେ ପ୍ରଦାନ କରାଯିବ ୨୪ତମ ପିଏମ୍-କିଷାନ ...

  • ସୁଦାନରେ ଡ୍ରୋନ୍ ଆକ୍ରମଣ, ୧୦୦ରୁ ଅଧିକ ...

  • ପୁଣିଥରେ ମା’ ହେବେ ଅନୁଷ୍କା ଶର୍ମା !

  • ‘ବିଗ୍ ବସ୍ ୨୦’ରେ ପ୍ରତିଯୋଗୀ ଧସ୍ତାଧସ୍ତି

  • ଫର୍ମ-୬ କୁ ନେଇ ନିର୍ବାଚନ ଆୟୋଗଙ୍କୁ ...

  • କରଭା ଚୌଥ ପାଇଁ ଚୁଡ଼ି ଏବଂ ବିନ୍ଦି ମାଗିଲେ ...

  • ଅର୍ଣ୍ଣବ ନେଲା ୮ ଜୀବନ

  • ଅକ୍ଟୋବର ୧ଠାରୁ ଲାଗୁ ଶ୍ରମିକଙ୍କ ...

ରାଜ୍ୟ
Home ›› ରାଜ୍ୟ ››ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ, ଦାରୁବ୍ରହ୍ମଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ, ଦାରୁବ୍ରହ୍ମଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

2024-11-12 07:49:46
14057
Share:
Facebook
Twitter
E-Mail
WhatsApp
Telegram
ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ, ଦାରୁବ୍ରହ୍ମଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ପୁରୀ: ଶ୍ରୀକ୍ଷେତ୍ରରେ ଆଜିଠାରୁ ପଞ୍ଚକ ବ୍ରତ ଆରମ୍ଭ ହେବ। ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ବଢ଼ିବ। ଏହାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ଟାଉନ୍ ଥାନାଠାରୁ ସିଂହଦ୍ବାର ପର୍ଯ୍ୟନ୍ତ ବ୍ୟାରିକେଡ ନିର୍ମାଣ କରାଯାଇଛି। ସିଂହଦ୍ବାର ଦେଇ ପ୍ରବେଶ ଏବଂ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ମାର୍କେଟ ଛକରୁ ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ‘ନୋ ଭେଇକିଲ୍‌ ଜୋନ’ କରାଯାଇଛି। ସବୁ ବିଭାଗ ଅଧିକାରୀଙ୍କୁ ନେଇ ପ୍ରସ୍ତୁତିର ସମୀକ୍ଷା କରାଯାଇଥିବା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି।
ମନ୍ଦିର ଭିତରେ ଚାଲିଥିବା ଠାକୁରଙ୍କ ନୀତିକାନ୍ତି ଏବଂ ଦର୍ଶନ ବନ୍ଦ ସମ୍ପର୍କରେ ଅପେକ୍ଷାରତ ଭକ୍ତଙ୍କୁ ସୂଚନା ଦିଆଯିବ। ସୁରକ୍ଷା ଦାୟିତ୍ବରେ ୪୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ସହ ତଦାରଖ ପାଇଁ ୫ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ୧୪ ଉପଆରକ୍ଷୀ ଅଧୀକ୍ଷକ, ୩୭ ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି। ଟ୍ରାଫିକ ନିୟନ୍ତ୍ରଣକୁ ଗୁରୁତ୍ବ ଦିଆଯାଇଛି। ପୌର ସଂସ୍ଥା ପକ୍ଷରୁ ଭକ୍ତଙ୍କ ପାଇଁ ମରିଚିକୋଟ ଛକରେ ଅସ୍ଥାୟୀ ଜୋତା ଓ ମୋବାଇଲ ଷ୍ଟାଣ୍ଡ ଖୋଲାଯାଇଛି। ମନ୍ଦିର ପ୍ରଶାସନ ତରଫରୁ ଚାରିଦ୍ୱାର ସମ୍ମୁଖରେ ମାଗଣା ଜୋତା ଷ୍ଟାଣ୍ଡ ରହିଛି। ଶ୍ରଦ୍ଧାଳୁଙ୍କ ସହାୟତା ନିମନ୍ତେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପୁଲିସ ସହାୟତା କେନ୍ଦ୍ର ଖୋଲାଯାଇଛି। ଭିଡ଼କୁ ଦୃ‌ଷ୍ଟିରେ ରଖି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଓ ବଡ଼ଦାଣ୍ଡରେ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଦଳାଚକଟା ପରିସ୍ଥିତି ଏଡ଼ାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ସାଧା ପୋଷାକଧାରୀ ପୁଲିସ୍ ମୁତୟନ କରାଯାଇଛି।
ପୁରୀରେ ପଞ୍ଚୁକ ବ୍ରତ ପାଳନ ପାଇଁ ଆଉ ପ୍ରାୟ ୧୦ ହଜାର ହବିଷ୍ୟାଳୀ ଆସି ପହଞ୍ଚିଛନ୍ତି। ସୋମବାର ପ୍ରାୟ ୬୦ରୁ ୭୦ ହଜାର ଶ୍ରଦ୍ଧାଳୁ ଶ୍ରୀ ଜୀଉଙ୍କୁ ଦର୍ଶନ କରିଛନ୍ତି। ଆଗାମୀ ୧୫ରେ କାର୍ତ୍ତିକ ପୂର୍ଣ୍ଣିମାରେ ହବିଷ୍ୟାଳୀମାନେ କାର୍ତ୍ତିକ ବ୍ରତ ଉଦଯାପନ କରିବେ। ସେଦିନ ଡଙ୍ଗା ଭସାଇବା ପାଇଁ ସମୁଦ୍ର ଏବଂ ତୀର୍ଥ ପୁଷ୍କରିଣୀ ଗୁଡିକରେ ପ୍ରବଳ ଭିଡ଼ ହେବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଆରକ୍ଷୀ ଅଧିକ୍ଷକ ବିନିତ ଅଗ୍ରୱାଲ ସୂଚନା ଦେଇଛନ୍ତି। ପ୍ରବଳ ଗହଳିକୁ ଦୃଷ୍ଟିରେ ରଖି ଲୋକଙ୍କୁ ପର୍ଯ୍ୟାୟ କ୍ରମେ ମନ୍ଦିର ଭିତରକୁ ଛଡାଯାଉଛି। ତେବେ ବଡ଼ଦାଣ୍ଡରେ ଏବଂ ମନ୍ଦିର ଚାରିପାଖରେ ପ୍ରଶାସନ ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇ ନାହିଁ। ଏଥିଯୋଗୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପଞ୍ଚୁକ ସମୟରେ ଭକ୍ତଙ୍କ ପାଇଁ ପାନୀୟ ଜଳ, ଶୌଚାଳୟ ଏବଂ ଅସ୍ଥାୟୀ ବିଶ୍ରାମ ବ୍ୟବସ୍ଥା କରାଯିବାକୁ ଦାବି ହେଉଛି। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ନଥିବାରୁ ସେମାନେ ନାହିଁ ନଥିବା ଦୁର୍ଦଶା ଭୋଗୁଛନ୍ତି।

Powered by Froala Editor

Tags Puri temple

Related articles Odisha News Lens 4.1

  • ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଶକ୍ତିଶାଳୀ ଭୂମିକମ୍ପ
    ଦେଶ-ଦେଶାନ୍ତର

    ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଶକ୍ତିଶାଳୀ ଭୂମିକମ୍ପ

    13809
    Oct 29, 2026
  • ଅକ୍ଟୋବର ୧ଠାରୁ ଲାଗୁ ଶ୍ରମିକଙ୍କ ସର୍ବନିମ୍ନ ମଞ୍ଜୁରି ହାର
    ଦେଶ-ଦେଶାନ୍ତର

    ଅକ୍ଟୋବର ୧ଠାରୁ ଲାଗୁ ଶ୍ରମିକଙ୍କ ସର୍ବନିମ୍ନ ମଞ୍ଜୁରି ହାର

    13652
    Oct 29, 2026
  • ‘ବିଗ୍ ବସ୍ ୨୦’ରେ ପ୍ରତିଯୋଗୀ ଧସ୍ତାଧସ୍ତି
    ଦେଶ-ଦେଶାନ୍ତର

    ‘ବିଗ୍ ବସ୍ ୨୦’ରେ ପ୍ରତିଯୋଗୀ ଧସ୍ତାଧସ୍ତି

    14097
    Oct 29, 2026
  • ସୁଦାନରେ ଡ୍ରୋନ୍ ଆକ୍ରମଣ, ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ସୁଦାନରେ ଡ୍ରୋନ୍ ଆକ୍ରମଣ, ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

    13914
    Oct 29, 2026
  • ଅର୍ଣ୍ଣବ ନେଲା ୮ ଜୀବନ
    ଦେଶ-ଦେଶାନ୍ତର

    ଅର୍ଣ୍ଣବ ନେଲା ୮ ଜୀବନ

    13721
    Oct 29, 2026
  • ଫର୍ମ-୬ କୁ ନେଇ ନିର୍ବାଚନ ଆୟୋଗଙ୍କୁ ମାଗିଲେ ଜବାବ  ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ଫର୍ମ-୬ କୁ ନେଇ ନିର୍ବାଚନ ଆୟୋଗଙ୍କୁ ମାଗିଲେ ଜବାବ ସୁପ୍ରିମକୋର୍ଟ

    14317
    Oct 29, 2026
  • ପୁଣିଥରେ ମା’ ହେବେ ଅନୁଷ୍କା ଶର୍ମା !
    ମନୋରଞ୍ଜନ

    ପୁଣିଥରେ ମା’ ହେବେ ଅନୁଷ୍କା ଶର୍ମା !

    14714
    Oct 29, 2026
  • ରେଳ ଷ୍ଟେସନରେ ଭୟଙ୍କର ଡ୍ରୋନ୍ ଆକ୍ରମଣ, ୧୩ ମୃତ
    ଦେଶ-ଦେଶାନ୍ତର

    ରେଳ ଷ୍ଟେସନରେ ଭୟଙ୍କର ଡ୍ରୋନ୍ ଆକ୍ରମଣ, ୧୩ ମୃତ

    14461
    Oct 29, 2026
  •  ୩୦ରେ ପ୍ରଦାନ କରାଯିବ ୨୪ତମ ପିଏମ୍-କିଷାନ କିସ୍ତି ଟଙ୍କା
    ଦେଶ-ଦେଶାନ୍ତର

    ୩୦ରେ ପ୍ରଦାନ କରାଯିବ ୨୪ତମ ପିଏମ୍-କିଷାନ କିସ୍ତି ଟଙ୍କା

    13537
    Oct 29, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଶକ୍ତିଶାଳୀ ଭୂମିକମ୍ପ

    13809
    Oct 29, 2026
  • ଦେଶ-ଦେଶାନ୍ତର

    ରେଳ ଷ୍ଟେସନରେ ଭୟଙ୍କର ଡ୍ରୋନ୍ ଆକ୍ରମଣ, ୧୩ ମୃତ

    14461
    Oct 29, 2026
  • ମନୋରଞ୍ଜନ

    ପୁଣିଥରେ ମା’ ହେବେ ଅନୁଷ୍କା ଶର୍ମା !

    14714
    Oct 29, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17232
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17930
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17873
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18297
    Sep 06, 2023

ବିଶେଷ

  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14803
    Oct 27, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    16000
    Oct 26, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    14927
    Oct 25, 2026
  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15659
    Oct 23, 2026
  • ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ

    15816
    Oct 23, 2026

ବାଣିଜ୍ୟ

କିଓରବେ ଦ୍ଵାରା ପରିଚାଳିତ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ ସ୍ତନ କର୍କଟ ସଚେତନତା ମାସ ନିମନ୍ତେ ଟଙ୍କପାଣି ରୋଡ କୋଠାକୁ ଗୋଲାପି ରଙ୍ଗରେ ଆଲୋକିତ କଲା

ଭୁବନେଶ୍ୱରର ଅଗ୍ରଣୀ ଡାଏଗ୍ନୋଷ୍ଟିକ ସେଣ୍ଟର ୨୦୨୬ ନଭେମ୍ବର ୧୫ ପର୍ଯ୍ୟନ୍ତ ସୋନୋମାମ୍ମୋଗ୍ରାଫି ଉପରେ ଫ୍ଲାଟ୍ ୧୫% ରିହାତି ଘୋଷଣା କଲା

ଭୁବନେଶ୍ୱର : ଭୁବନେଶ୍ୱର ଟଙ୍କପାଣି ରୋଡରେ କିଓରବେ ଦ୍ଵାରା ପ ...

  • ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା

    16097
    Oct 26, 2026
  • ଧନ୍‌ ତେରସ୍ ପୂର୍ବରୁ କମିଲା ସୁନା ଦର

    14290
    Oct 25, 2026
  • ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

    15133
    Oct 24, 2026
  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

    14833
    Oct 23, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୁଣିଥରେ ମା’ ହେବେ ଅନୁଷ୍କା ଶର୍ମା !

    14714
    Oct 29, 2026
  • ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଶକ୍ତିଶାଳୀ ଭୂମିକମ୍ପ

    13809
    Oct 29, 2026
  • ରେଳ ଷ୍ଟେସନରେ ଭୟଙ୍କର ଡ୍ରୋନ୍ ଆକ୍ରମଣ, ୧୩ ମୃତ

    14461
    Oct 29, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In