ମଠମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଆସିବ ଦେବାଳୟ ଯୋଜନା

ଆସୁଛି ମଠମନ୍ଦିରଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସହ ପରିଚଳନା ସମସ୍ୟା ସମାଧାନ ପାଇଁ ନୂଆ ଯୋଜନା | ଏନେଇ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଦେବାଳୟ ପ୍ରକଳ୍ପ ସମ୍ଭାବ୍ୟ ନାଁରେ ଏକ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର। ଏନେଇ ଚର୍ଚ୍ଚା ଆଲୋଚନା ହେବା ସହ ବ୍ଲପ୍ରିଣ୍ଟ ପ୍ରସ୍ତୁତ କରାଯାଉଥିବା ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ।
ଆଇନ ମନ୍ତ୍ରୀ କହିଥିଲେ ଯେ ପରିଚାଳନା ଦୃଷ୍ଟିକୋଣରୁ ଏବଂ ମନ୍ଦିରଗୁଡ଼ିକରେ ଆସୁଥିବା ସମସ୍ୟାର ସମାଧାନ ପାଇଁ ଯେଉଁ ସହାୟତାର କଥା ଆସୁଛି ସେନେଇ ଗମ୍ଭୀରତାର ସହ ଚିନ୍ତା କରାଯାଉଛି। ପୂର୍ବ ସରକାରରେ ଅବଢ଼ା ଯୋଜନା ନାମରେ କେବଳ ମରାମତି କଥା ଥିଲା । ତେବେ ଦେବାଳୟ ଯୋଜନାରେ ମରାମତି, ରକ୍ଷଣାବେକ୍ଷଣ ଓ ପରିଚାଳନା ସମସ୍ୟାର ସମାଧାନ ରହିଛି । ଓଡ଼ିଶାର ସଂସ୍କୃତି ଯେଉଁ ମଠ ମନ୍ଦିର ସହ ଜଡ଼ିତ ତାହାର ସୁରକ୍ଷା ଆମର ପ୍ରାଥମିକତା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
Powered by Froala Editor