ରାଜଧାନୀରେ GRPA ଫେଜ୍-୨ ଲାଗୁ : ଡିଜେଲ ଚାଳିତ ଜେନେରେଟରରେ ରୋକ୍, କୋଇଲା ଭାଟି ବନ୍ଦ

ଦୀପାବଳି ପୂର୍ବରୁ ରାଜଧାନୀ ଦିଲ୍ଲୀ ବାୟୁର ଗୁଣବତ୍ତା ଦିନକୁ ଦିନ ଅତି ନିମ୍ନସ୍ତରକୁ ଖସି ଚାଲିଛି। ତେଣୁ ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀରେ ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ ପ୍ଲାନ୍ ବା GRPA ଫେଜ୍-୨ ଲାଗୁ କରାଯାଇଛି। ସୋମବାର ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଥିଲା। ଏହା ପରେ ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ବାୟୁ ଗୁଣବତ୍ତା ସୂଚକାଙ୍କ 301 ରୁ 400 ମଧ୍ୟରେ ରହିଥିଲେ GRAP ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ ହୁଏ । ଏହି ଅବଧିରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଏ ।
ମଙ୍ଗଳବାର ସକାଳ ୮ଟାରୁ ଦିଲ୍ଲୀରେ ଡିଜେଲ ଚାଳିତ ଜେନେରେଟର ଉପରେ ମଧ୍ୟ ରୋକ୍ ଲାଗାଯାଇଛି। ଏଥିସହ କୋଇଲାରେ ଜଳୁଥିବା ଭାଟି ତଥା ତନ୍ଦୁର ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦିଲ୍ଲୀ ସରକାରଙ୍କ ରେଡ୍ ଲଇଟ୍ ଅନ୍, ଗାଡ଼ି ଅଫ୍ ଅଭିଯାନ ଆରମ୍ଭ ହୋଇଛି। ଦିଲ୍ଲୀରେ ଗାଡି ଚଳାଚଳ କମ୍ କରିବା ପାଇଁ ପାର୍କିଂ ଫିସ୍କୁ ମଧ୍ୟ ବଢ଼ାଇ ଦିଆଯାଇଛି।
ଦିଲ୍ଲୀରେ ବାୟୁ ଗୁଣବତ୍ତା ହ୍ରାସର ଏକ ପ୍ରମୁଖ କାରଣ ହେଉଛି ପଞ୍ଜାବ ଏବଂ ହରିୟାଣା ଭଳି କୃଷି ପ୍ରାଧାନ୍ଯ ରାଜ୍ୟରେ ନଡ଼ା ଜଳିବା । ଯାହା ଫଳରେ ପ୍ରତ୍ୟେକ ଶରତରେ ବହୁ ପରିମାଣର ଧୂଆଁ ଏବଂ ବାୟୁମଣ୍ଡଳରେ କଣିକାମାନ ଭରିଯାଇଥାଏ ।
Powered by Froala Editor