ରତନ ଟାଟାଙ୍କ ସହ ‘ଗୋଆ’ର ଶେଷ ଭେଟ

ଭାରତର ବିଶିଷ୍ଟ ଶିଳ୍ପପତି ରତନ ନାଭାଲ ଟାଟା ୮୬ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି। ମୁମ୍ବାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ଅବସରରେ ବହୁ ବିଶିଷ୍ଟ ରାଜନେତା, ଶିଳ୍ପପତି, କ୍ରୀଡାବିତ ଏବଂ ଅଭିନେତାଙ୍କ ସମେତ ସାଧାରଣ ଜନତା ତାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି। ଏଠାରେ ରତନଙ୍କର ପ୍ରିୟ କୁକୁର ”ଗୋଆ” ଆସି ତାର ମାଲିକଙ୍କୁ ଶେଷ ସମ୍ମାନ ଜଣାଇଛି।
ରତନ ଟାଟା ଥିଲେ ପଶୁ ପ୍ରେମୀ। କେବଳ 'ଗୋଆ' ନୁହେଁ, ଏମିତି ଅନେକ ପଶୁଙ୍କୁ ଉଦ୍ଧାର କରି ଆଶ୍ରୟ ଦେଇଥିଲେ। ଥରେ ସେ ଗୋଆ ଯାଇଥିଲେ। ଏହି ସମୟରେ ଏକ ବୁଲା କୁକୁର ତାଙ୍କ ସହ ଚାଲିବା ଆରମ୍ଭ କରିଥିଲା। କୁକୁରଟି କିଛି ବାଟ ତାଙ୍କ ସହ ଚାଲିବାରୁ ସେ ତାକୁ ଘରକୁ ନେଇଆସିବାକୁ ମନସ୍ତ କରିଥିଲେ। ସେ କୁକୁରଟିର ନାଁ ‘ଗୋଆ’ ରଖିଲେ ।
'ଗୋଆ'ର ଯତ୍ନ ନେଉଥିବା ବ୍ୟକ୍ତି କହିଛନ୍ତି, "'ଗୋଆ' ଗତ ୧୧ ବର୍ଷ ଧରି ମୁମ୍ବାଇର ଟାଟା ହାଉସରେ ରହିଆସୁଛି। ରତନ ଟାଟା ତାକୁ ଖୁବ୍ ଭଲ ପାଉଥିଲେ। ସେ ତାଙ୍କ ଶେଷ ଦର୍ଶନ କରିବାକୁ ଆସିଥିଲା।"
Powered by Froala Editor