ବନ୍ଦ ସ୍କୁଲ୍ ଖୋଲିଲେ ବୋଲି ଶିକ୍ଷାଦୂତଙ୍କୁ ମାରିଦେଲେ ନକ୍ସଲ
ପଡ଼ୋଶୀ ଛତିଶଗଡ଼ରେ ଏବେ ମାଓବାଦୀ ହିଂସାତ୍ମକ ହୋଇପଡ଼ିଛନ୍ତି। ଲୋକଙ୍କୁ ଭୟଭୀତ କରିବା ଏବଂ ପୁଲିସକୁ ହଇରାଣରେ ପକାଇବାକୁ ମାଓବାଦୀ ଏବଂ ଲୋକଙ୍କୁ ଧରି ହତ୍ୟା କରିବା ପରେ ପୁଲିସ ଇନଫର୍ମର କହୁଛନ୍ତି। ଏହି କ୍ରମରେ
ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ମୃତ ଶିକ୍ଷାଦୂତ ହେଉଛନ୍ତି ଦୁଧି ଅର୍ଜୁନ। ଦୁଧି ଅର୍ଜନଙ୍କ ଘର ଜାଗରକୋଣ୍ଡା ଥାନା ଅନ୍ତର୍ଗତ ଗୋନ୍ଦାପାଲି ଗାଁରେ। ତାଙ୍କୁ ନକ୍ସଲମାନେ ପିଟିପିଟି ହତ୍ୟା କରିଛନ୍ତି।
ସ୍ଥାନୀୟ ଶିକ୍ଷିତ ଯୁବକଙ୍କୁ ଶିକ୍ଷା ଦୂତ ନିଯୁକ୍ତ କରିଛନ୍ତି ଛଡିଶଗଡ଼ ରାଜ୍ୟ ସରକାର। ବନ୍ଦ ସ୍କୁଲ ଚାଲୁ କରିବା ଓ ପିଲାଙ୍କୁ ବୁଝାସୁଝା କରି ସ୍କୁଲ ଆଣିଥା’ନ୍ତି ଶିକ୍ଷା ଦୂତ। ସୁକମାରେ ନକ୍ସଲଙ୍କ ଭୟରେ ବନ୍ଦ ଥିବା ସ୍କୁଲ ଖୋଲିଥିଲେ ଦୁଧି ଅର୍ଜୁନ। ଏହାକୁ ବିରୋଧ କରୁଥିଲେ ନକ୍ସଲ। ପୂର୍ବରୁ ସେମାନେ ଦୁଧି ଅର୍ଜନଙ୍କୁ ଧମକ ମଧ୍ୟ ଦେଇଥିଲେ ବୋଲି ସୁକମା ଏସପି କହିଛନ୍ତି।
Powered by Froala Editor