୭ ମାସର ଶିଶୁକନ୍ୟାକୁ ନେଇ ପଳାଉଥିଲା, ଲୋକେ ଛେଚିଲେ
ସୁନ୍ଦରଗଡ ଜିଲ୍ଲାରେ ପିଲାଚୋରି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ଶନିବାର ସୁନ୍ଦରଗଡ଼ ଟାଉନ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ୭ ମାସର ଶିଶୁକନ୍ୟାକୁ ଚୋରାଇ ନେଉଥିବାବେଳେ ପରିବାର ଲୋକ ଧରି ଉତ୍ତମମଧ୍ୟମ ଦେଇଛନ୍ତି । ଅଭିଯୁକ୍ତ ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ଟାଙ୍ଗରମୁଣ୍ଡା ଗ୍ରାମର ସନାତନ ନାଏକ (୫୫) । କିନ୍ତୁ ସନାତନର ପରିବାର ଲୋକ ଭିନ୍ନ କଥା କହୁଛନ୍ତି । ସେ ପିଲା ଚୋର ନୁହେଁ, ବରଂ ସେ ଜଣେ ମାନସିକ ରୋଗୀ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି ।
ସୂଚନା ଅନୁଯାୟୀ, ସୁନ୍ଦରଗଡ ଟାଉନ୍ ଥାନା ଅଧୀନ ବ୍ଲକ କଲୋନୀ ପଛ ପାତ୍ରପଡ଼ା ଅଞ୍ଚଳରେ ରୁହନ୍ତି ପ୍ରଶାନ୍ତ ଦାଶଙ୍କ ପରିବାର । ସକାଳ ପ୍ରାୟ ୯ଟାରେ ୭ ମାସର ଝିଅ ଖଟରେ ଶୋଇଥିଲା । ପତ୍ନୀ କିଛି କାମରେ ବ୍ୟସ୍ତ ଥିଲେ । ସେତିକିବେଳେ ସନାତନ ହଠାତ୍ ଘର ଭିତରକୁ ପଶି ଆସି ଶିଶୁ କନ୍ୟାକୁ ନେଇ ପଳାଇ ଯିବାକୁ ଉଦ୍ୟମ କରିଥିଲେ । ଝିଅକୁ ନେଇ ପଳାଉଥିବା ଦେଖି ମା ଚି+ାର କରିଥିଲେ । ଧସ୍ତାଧସ୍ତି ଭିତରେ ମହିଳାଙ୍କ ଯାଆ ଏବଂ ଅନ୍ୟ ସମ୍ପର୍କୀୟ ସନାତନକୁ ମାଡ଼ିବସିଥିଲେ । ପାଖ ପଡ଼ୋଶୀ ମଧ୍ୟ ଦୌଡ଼ି ଆସିଥିଲେ । ଅଭିଯୁକ୍ତ ଜଣକ ଶିଶୁକନ୍ୟାକୁ ତଳେ ଶୁଆଇ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଲୋକେ ପଡୋଶୀ କାବୁ କରି ଉତ୍ତମମଧ୍ୟମ ଦେଇଥିଲେ । ଏହାପରେ ଟାଉନ ପୁଲିସ୍କୁ ଖବର ଦେଇଥିଲେ ।
ପୁଲିସ୍ ପହଞ୍ôଚ ଅଭିଯୁକ୍ତକୁ ଅଟକ ରଖିଛି । ପରେ ସନାତନଙ୍କ ପରିବାର ଲୋକେ ଥାନାକୁ ଆସିଥିଲେ । ସନାତନଙ୍କ ମାନସିକ ସ୍ଥିତି ଠିକ୍ ନାହିଁ ବୋଲି କହିବା ସହ ସେ ପିଲା ଚୋର ନୁହଁନ୍ତି ବୋଲି କହିଛନ୍ତି ।
Powered by Froala Editor