ରାଜ୍ୟରେ ବନ୍ୟା ସ୍ଥିତି ନାହିଁ : ଏସଆରସି
ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ଏହା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଦେଓରଞ୍ଜନ କୁମାର ସିଂ । ଆଜି ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଶ୍ରୀ ସିଂ କହିଛନ୍ତି ଯେ ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ଏବେ ଫୋସକରେ ରହିଛି । ମାଲଗାନଗିରିରେ ପ୍ରବଳ ବର୍ଷା ହୋଇଛି । ଗମନାଗମନ ପ୍ରଭାବିତ ହୋଇଛି । ବର୍ଷା ଲାଗି ରହିବାରୁ ତଳିଆ ଅଞ୍ଚଳରେ ପାଣି ପଶିଛି । ମାଲକାନଗିରି ଓ କାଲିମେଳା ବ୍ଲକ ଅଧିକ ପ୍ରଭାବିତ ହୋଇଛି । ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ୬ଟି ଓଡ୍ରାଫ ଟିମ ମୁତୟନ କରାଯାଇଛି । ଅନ୍ୟ ଓଡ୍ରାଫ ଟିମକୁ ବି ଦକ୍ଷିଣ ଓଡ଼ିଶାକୁ ପଠାଯାଇଛି । ଆସନ୍ତାକାଲି ବି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାରୁ ଆମେ ସଜାଗ ଅଛୁ ବୋଲି ଏସଆରସି କହିଛନ୍ତି ।
ସମ୍ଭାବ୍ୟ ବନ୍ୟା ନେଇ ଜିଲାୱାରୀ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜିନ କୁମାର ସିଂ। ସ୍ଥିତି ଉପରେ ନଜର ରଖିବାକୁ ଇଞ୍ଜିନିୟର୍ସଙ୍କୁ ନିର୍ଦେଶ ଦିଆଯାଇଥିବା ବେଳେ ସମସ୍ତ ଫିଲ୍ଡ ଅଧିକାରୀଙ୍କୁ ସଜାଗ ରହିବାକୁ କୁହାଯାଇଛି। ବନ୍ୟାର ମୁକାବିଲା କରିବା ପାଇଁ ଓଡ୍ରାଫ ଓ ଏନଡିଆରଏଫ୍ ଟିମ୍ ନିୟୋଜିତ ରହିବେ। ଜଳ ନିଷ୍କାସନ ତୁରନ୍ତ କରିବାକୁ ନିର୍ଦେଶ ରହିଛି। ଏହାସହିତ ଭୁବନେଶ୍ୱରରେ ଜଳବନ୍ଦୀ ପରିସ୍ଥିତି କିପରି ସୃଷ୍ଟି ନହେବ ସେଥିପାଇଁ ୩୦ଟି ପମ୍ପ ନିୟୋଜିତ କରିବାକୁ କୁହାଯାଇଛି। ଅନ୍ୟପଟେ କଟକ ଓ ପୁରୀରେ ୧୦ଟି ଲେଖାଏଁ ପମ୍ପ ନିୟୋଜିତ ହେବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର।
ପ୍ରକାଶ ଯେ ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ସବୁଠି ଜଳମଗ୍ନ । ତେବେ ମାଲକାନଗିରି ସ୍ଥିତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସେମାନେ ହେଲେ ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀ ଓ ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀ । ସେଠାକାର ପରିସ୍ଥିତିର ତଦାରଖ ପାଇଁ ସମ୍ପୃକ୍ତ ଅଧିକାରୀ ଦ୍ୱୟଙ୍କୁ ଦାୟିତ୍ୱ ଦିଆଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ ନିଦେ୍ର୍ଧଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ମାଲକାନଗିରିରେ ୨୫୩ ମିମି ବର୍ଷା ରେକର୍ଡ କରାଯାଇଛି । ଆଗାମୀ ୨୪ ଘଣ୍ଟାରେ ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପାଇଁ ୭ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି । ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, କନ୍ଧମାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ ଓ ବଲାଙ୍ଗୀର । ପୁରୀ ଠାରୁ ୫୦ କିମି ଦୂରରେ ଗଭୀର ଅବପାତ କେନ୍ଦ୍ରୀଭୂତ ହୋଇଛି । ଯାହା ଆଜି ମଧ୍ୟାହ୍ନରେ ପୁରୀ ପାଖାପାଖି ଉପକୂଳ ଅତିକ୍ରମ କରିବ ।
Powered by Froala Editor