ଏନ୍ଆର୍ସି ନମ୍ବର ନଦେଲେ ମିଳିବନି ଆଧାର
ଏନ୍ଆର୍ସି ନମ୍ବର ନ ଦେଲେ ଆଉ ମିଳିବନି ଆଧାର କାର୍ଡ। ଆଧାର କାର୍ଡ ପାଇବାକୁ ହେଲେ ସମସ୍ତ ଆବେଦନକାରୀଙ୍କୁ ନିଜର ଏନ୍ଆର୍ସି ନମ୍ବର ବା ରସିଦ ନମ୍ବର ଜମା କରିବାକୁ ହେବ। ଏଭଳି କିଛି ବଡ଼ ଘୋଷଣା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା।
ସେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ନେତୃତ୍ୱରେ ରାଜ୍ୟ ସରକାର ଆଧାରକାର୍ଡ ତିଆରି କରିବାରେ ଆହୁରି କଠୋର ହୋଇଛନ୍ତି। ବର୍ତ୍ତମାନ ଆଧାରକାର୍ଡ ତିଆରି କରିବାକୁ ଆବେଦନକାରୀଙ୍କୁ ଏନ୍ଆର୍ସି (No remarks Certificate) ଆବେଦନ ରସିଦ ନମ୍ବର (ଏଆର୍ଏନ୍) ଦାଖଲ କରିବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଥିପାଇଁ ଏକ ବିସ୍ତୃତ ମାନକ ଅପରେଟିଂ ପଦ୍ଧତି (ଏସ୍ଓପି) ପ୍ରସ୍ତୁତ ହେବ ଏବଂ ଏହା ୧ ଅକ୍ଟୋବର ୨୦୨୪ରୁ କାର୍ଯ୍ୟକାରୀ ହେବ।
ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, 'ଆଧାର କାର୍ଡ ପାଇଁ ଆବେଦନ ସଂଖ୍ୟା ଜନସଂଖ୍ୟାଠୁ ଅଧିକ। ଏହା ଦର୍ଶାଉଛି ଯେ ସନ୍ଦିଗ୍ଧ ନାଗରିକ ଅଛନ୍ତି। ଏଥିପାଇଁ ନୂଆ ଆବେଦନକାରୀଙ୍କୁ ନିଜ ଏନଆରସି ଆବେଦନ ରସିଦ ସଂଖ୍ୟା ଜମା କରିବାକୁ ପଡ଼ିବ ବୋଲି ଆମେ ନିଷ୍ପତ୍ତି ନେଇଛୁ।
ରାଜ୍ୟର ଏପରି ଚାରୋଟି ଜିଲ୍ଲା ଅଛି, ଯେଉଁଠାରୁ ଆନୁମାନିକ ଜନସଂଖ୍ୟା ଅପେକ୍ଷା ଆଧାରକାର୍ଡ ପାଇଁ ଅଧିକ ଆବେଦନ ଆସିଛି। ଏହି ୪ ଜିଲ୍ଲାରେ ବାରପେଟାରେ ୧୦୩.୭୪ ପ୍ରତିଶତ, ଧୁବ୍ରିରେ ୧୦୩ ପ୍ରତିଶତ, ଉଭୟ ମୋରିଗାଓଁ ଏବଂ ନାଗାଓଁରେ ୧୦୧ ପ୍ରତିଶତ ଆବେଦନ ରହିଛି। ସେଥିପାଇଁ ଯେଉଁମାନଙ୍କର ଏନ୍ଆର୍ସି ନମ୍ବର ଅଛି, ସେମାନଙ୍କୁ ଆଧାରକାର୍ଡ ଦିଆଯିବ।
Powered by Froala Editor