ଶାନ୍ତି ଆଲୋଚନା ପାଇଁ ରୁଷ ଗସ୍ତରେ ଯିବେ ଅଜିତ ଡୋଭାଲ
ଦୁଇ ବର୍ଷରୁ ଅଧିକ ସମୟ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ନିକଟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ ଯେ ୟୁକ୍ରେନ ସହିତ ଶାନ୍ତି ଆଲୋଚନା ପାଇଁ ଭାରତ, ଚାଇନା ଏବଂ ବ୍ରାଜିଲ ମଧ୍ୟସ୍ଥତା ଭୂମିକା ଗ୍ରହଣ କରିପାରିବେ। ଏସବୁ ମଧ୍ୟରେ ଦୁଇ ଦିନିଆ ରୁଷ ଗସ୍ତରେ ଯିବେ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ। ଆସନ୍ତା ୧୦ ଓ ୧୧ରେ ସେ ରୁଷ ଗସ୍ତ କରିବେ। ଏହି ଅବସରରେ ସେ ମସ୍କୋରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ପୁଟିନଙ୍କ ସହ ଅଜିତ ଡୋଭାଲ ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ବିରାମ ଏବଂ ଶାନ୍ତି ପାଇଁ ଆଲୋଚନା କରିବେ। ଏହି ଅବସରରେ ସେ BRICS-NSA ବୈଠକରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ସେ ଚାଇନାର ଏନଏସଏ ସହିତ ମଧ୍ୟ ସାକ୍ଷାତ କରିପାରନ୍ତି ବୋଲି ଆଶା କରାଯାଉଛି । ଏହି ସମୟରେ, ଡୋଭାଲ ରୁଷିଆର ଏନଏସଏ ସମେତ ଅନ୍ୟ ଦେଶର ପ୍ରତିପକ୍ଷଙ୍କୁ ଭେଟିବ।
ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ରୁଷିଆ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷିଆ ଗସ୍ତକୁ ନେଇ ଆମେରିକା ଏବଂ ୟୁକ୍ରେନ ଏବଂ ଅନ୍ୟ ୟୁରୋପୀୟ ଦେଶମାନେ ଆପତ୍ତି ଉଠାଇଥିଲେ। ଦ୍ୱିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କୁ ଯୁଦ୍ଧ ପରିବର୍ତ୍ତେ ଶାନ୍ତି ପ୍ରତିଷ୍ଠା କରିବାକୁ ପରାମର୍ଶ ଦେଇଛନ୍ତି। ରୁଷ ଗସ୍ତର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ୟୁକ୍ରେନ ଗସ୍ତ କରିଥିଲେ। ଏହି ସମୟ ମଧ୍ୟରେ ମୋଦିଙ୍କ ସମ୍ମାନାର୍ଥେ ରୁଷିଆ ଘୋଷଣା କରିଛି ଯେପର୍ଯ୍ୟନ୍ତ ମୋଦି ୟୁକ୍ରେନରେ ରହିବେ। ସେମାନେ ଆକ୍ରମଣ କରିବେ ନାହିଁ।
Powered by Froala Editor