ସାଂସଦ ଦଳ ଛାଡିବା ନେଇ ଅଲଗା କଥା କହିଲେ ଅମର
ଭୁବନେଶ୍ୱର: ବିଜେଡିକୁ ଗୋଟିଏ ପରେ ଗୋଟେ ଝଟକା ଲାଗୁଛି। ପ୍ରଥମେ ମମତା ମହାନ୍ତ । ଆଉ ତାଙ୍କ ପରେ ସୁଜିତ କୁମାର । ବିଜେଡିର ଦୁଇ ଦୁଇ ଜଣ ରାଜ୍ୟସଭା ସାଂସଦ ବିଜେଡି ଛାଡ଼ି ଏବେ ପଦ୍ମଶିବିରରେ ଯୋଗଦେଇଛନ୍ତି । ତେବେ ଏମାନେ ବିଜେଡି ଛାଡ଼ିବା ପରେ ବିଜେଡିର କୌଣସି ପ୍ରଭାବ ପଡ଼ିବନି ବୋଲି କିଛି ବିଜେଡି ନେତା ଓ ନେତ୍ରୀ କହୁଥିବାବେବେଳ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅମରପ୍ରସାଦ ଶତପଥୀ କିନ୍ତୁ ଅଲଗା କଥା କହିଛନ୍ତି । ସାଂସଦମାନେ ଦଳ ଛାଡ଼ିଲେ ବଡ଼ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି ।
ଅମର କହିଛନ୍ତି ଯେ କେହି ବ୍ୟକ୍ତିଗତଭାବେ ଗଲେ ଦଳ କ୍ଷତିଗ୍ରସ୍ତ ହୁଅନ୍ତା ନାହିଁ । କିନ୍ତୁ ସଂସଦକୁ ଯାଇଥିବା ବ୍ୟକ୍ତିବିଶେଷ ଦଳ ଛାଡ଼ିଲେ ନିଶ୍ଚିତ ପ୍ରଭାବ ପଡ଼ିବ । ଏବେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ସେନେଇ ତର୍ଜମା କରିବାର ଆବଶ୍ୟକତା ରହିଛି । ଆଗ ଧାଡ଼ିର ନେତା କାହିଁକି ଦଳ ଛାଡ଼ୁଛନ୍ତି ସେନେଇ ତାହାର ତର୍ଜମା କରିବା ଦରକାର ବୋଲି ଶ୍ରୀ ଶତପଥୀ କହିଛନ୍ତି ।
ଅନ୍ୟପକ୍ଷରେ ବିଜେଡି ନେତା ସୁଜିତ୍ କୁମାର ଶୁକ୍ରବାର ବିଜେଡି ଛାଡ଼ି

ଅନ୍ୟପକ୍ଷରେ ବିଜେଡି ନେତା ସୁଜିତ୍ କୁମାର ଶୁକ୍ରବାର ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ନେଇ ପୂର୍ବତନ ବିଜେଡି ନେତ୍ରୀ ମମତା ମହାନ୍ତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହା ଆରମ୍ଭ ମାତ୍ର, ଆହୁରି ଲମ୍ବା ଲାଇନ ଅଛି, ସମୟକୁ ଅପେକ୍ଷା କରନ୍ତୁ। ବିଜେଡିରେ ପୁରୁଣା କର୍ମୀଙ୍କୁ ଅଣଦେଖା କରାଯାଉଛି। ବିଜେଡିରେ ବହୁ ନେତା ଅବହେଳିତ ହୋଇ ରହୁଛନ୍ତି। ସାରା ରାଜ୍ୟରେ ଦୁର୍ନୀତି ହୋଇଛି। ଏହାଛଡ଼ା ମମତା କହିଛନ୍ତି ଯେ ବିଜେଡିର ଏକାଧିକ ନେତା ଓ କର୍ମୀ ଏକଛତ୍ରବାଦ ଶାସନରେ ଅସନ୍ତୁଷ୍ଟ ରହିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ୮୦ ପ୍ରତିଶତ ବିଜେଡି କର୍ମୀ ଅସନ୍ତୁଷ୍ଟ ହୋଇ ରହିଛନ୍ତି । ଯେଉଁମାନେ ଦଳ ପ୍ରତିଷ୍ଠା କରିଥିଲେ ସେମାନେ ଦଳରେ ନାହାନ୍ତି । ସେମାନଙ୍କୁ ଦଳରେ ଅଣଦେଖା କରାଗଲା । ମୋ ପରେ ସୁଜିତ କୁମାର ଦଳ ଛାଡ଼ିଲେ । ହୁଏତ ଆଗକୁ ଅନେକ ଆସିପାରନ୍ତି ବୋଲି ମମତା ମହାନ୍ତ କହିଛନ୍ତି ।
Powered by Froala Editor