ଦଳ ମୋର ଆଉ ସେବା ଆବଶ୍ୟକ କରୁନି: ସୁଜିତ କୁମାର
ଭୁବନେଶ୍ୱର: ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେବା ସହ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ନବୀନଙ୍କୁ ସେ କୃତଜ୍ଞତ ଜଣାଇବା ସହ ବିଜେଡିରୁ ଇସ୍ତଫା ଦେବାର କାରଣ ମଧ୍ୟ କହିଛନ୍ତି ।
ଦଳରେ ତାଙ୍କୁ ଅନାଦର କରାଯାଉଥିବା ସୁଜିତ କହିଛନ୍ତି । ଦଳ ଆଉ ମୋର ଆଉ ସେବା ଆବଶ୍ୟକ କରୁନଥିବା ସେ ଅନୁଭବ କରୁଥିବା କହିଛନ୍ତି । ସେଥିପାଇଁ ସେ ଏଭଳି କଠିନ ନିଷ୍ପତ୍ତି ଦେଇଥିବା ସୁଜିତ ଜଣାଇଛନ୍ତି ।
ତେବେ ବିଜେପିରେ ମିଶିବା ପରେ ସୁଜିତ କୁମାର କହିଛନ୍ତି ଯେ ବିଭିନ୍ନ କାର୍ଯ୍ୟରେ ଦୁର୍ନୀତି ହେଉଥିଲା । କିନ୍ତୁ ମୁଁ ଏକଥା କହିଆସୁଥିଲେ ହେଁ କେହି ଶୁଣୁନଥିଲେ । ନେତା ନଶୁଣିବାରୁ ମୁଁ ଦଳ ଛାଡ଼ିଲି । ବିଜେଡି ସରକାରରେ ବ୍ୟାପକ ଦୁର୍ନୀତି ଓ ହରିଲୁଟ ଚାଲିଥିଲା । ଜମି, ଛତୁଆ, ଟେଣ୍ଡର ଫିକ୍ସିରେ ହଜାର ହଜାର କୋଟି ଦୁର୍ନୀତି ହୋଇଛି । ଅନେକ ନେତା ଓ ଅଫିସର ଦୁର୍ନୀତିରେ ସାମିଲ ଥିଲେ । ଏ ସମ୍ପର୍କରେ ଦଳର ନେତୃତ୍ୱଙ୍କୁ ଜଣାଇବାକୁ ଚେଷ୍ଟା କରିଛି । ବହୁବାର ଜଣାଇବାକୁ ଚେଷ୍ଟା କରି ବି ମୁଁ ବିଫଳ ହୋଇଥିଲି । ଶେଷରେ ବାଧ୍ୟ ହୋଇ ମୁଁ ଦଳ ଛାଡ଼ିଲି ବୋଲି ସୁଜିତ କୁମାର କହିଛନ୍ତି ।
ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେଉ ଦେଉ ବିଜୁ ଜନତା ଦଳ ତାଙ୍କୁ ଦଳରୁ ବହିଷ୍କାର କରିଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବିଜେଡିରୁ ବହିଷ୍କୃ୍ତ କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା ବିଜେଡି ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।
ଧସୁଛି ବିଜେଡି ଗଡ଼ । ଜଣଙ୍କ ପରେ ଜଣେ ବିଜେଡି ରାଜ୍ୟସଭା ସାଂସଦ ଇସ୍ତଫା ଦେଉଛନ୍ତି । ଆଉ ଜଣେ ବିଜେଡି ସାଂସଦ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି । ସେ ହେଉଛନ୍ତି ସୁଜିତ କୁମାର ।୨୦୨୬ରେ ସୁଜିତ କୁମାରଙ୍କ କାର୍ଯ୍ୟକାଳ ଶେଷ ହୋଇଥାଆନ୍ତା । କାର୍ଯ୍ୟକାଳ ଶେଷ ହେବାର ୨ ବର୍ଷ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ସୁଜିତ କୁମାର ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇଛନ୍ତି । ସାଧାଣ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଇସ୍ତଫା ଦେଲି ବୋଲି ନିଜର ପ୍ରତିକ୍ରିୟାରେ କହିଛନ୍ତି ସୁଜିତ କୁମାର। ମମତା ମହାନ୍ତଙ୍କ ପରେ ସୁଜିତ କୁମାର ହେଉଛନ୍ତି ଦ୍ବିତୀୟ ବିଜେଡି ରାଜ୍ୟସଭା ସାଂସଦ ଯିଏ ଦଳ ଛାଡ଼ିଛନ୍ତି। ଏହାପରେ ସୁଜିତ କୁମାର ବିଜେପିରେ ଯୋଗ ଦେଇପାରିନ୍ତି ବୋଲି ଚର୍ଚ୍ଚା ହେଉଛି।ପୂର୍ବରୁ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ‘କମିଟି ଅନ୍ ପିଟିସନ୍ସ’ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପଦ ମିଳିଥିଲା। ବିଜେଡି ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା।ଏହା ପୂର୍ବରୁ ମମତା ମହାନ୍ତ ଇସ୍ତଫା ଦେଇଥିଲେ । ପରେ ସେ ବିଜେପିରେ ମିଶିଥିଲେ । ବିଜେପିରେ ମିଶିବା ପରେ ମମତା ପୁଣି ରାଜ୍ୟସଭା ଯାଇଛନ୍ତି ।
Powered by Froala Editor