ଶୁଣ୍ଢରେ ଟେକି କଚାଡ଼ି ଦେଲା ହାତୀ, ଚାଲିଗଲା ଜୀବନ
ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ପ୍ରକାଶ ଯେ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ଗଡତଇଳା ଗ୍ରାମର ଆଜି କଷ୍ଟୁ ଦେହୁରୀ(୬୫) ଭୋର୍ ସମୟରେ ଚାଷ କାର୍ୟ୍ୟ ପାଇଁ ବିଲକୁ ଯାଉଥିବା ବେଳେ ତାଙ୍କୁ ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। କଷ୍ଟୁଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor