ଜାଡେଜାଙ୍କ ନୂଆ ଇନିଂସ୍ : ବିଜେପିର ସଦସ୍ୟତା ଗ୍ରହଣ କଲେ

ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜା ବିଜେପିରେ ସାମିଲ ହୋଇଛନ୍ତି । ଏନେଇ ତାଙ୍କ ପତ୍ନୀ ଏବଂ ବିଜେପି ବିଧାୟିକା ରିଭାବା ଜାଡେଜା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏହା ସହ ଜାଡେଜାଙ୍କ ସହ ତାଙ୍କର ଏକ ଫଟୋ ଶେୟାର କରିଛନ୍ତି ରିଭାବା । ଏପରିକି ସେ ତାଙ୍କର ଓ ଜାଡେଜାଙ୍କ ବିଜେପିର ସଦସ୍ୟତା କାର୍ଡ ଶେୟାର କରିଛନ୍ତି ।
ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ହେଉଛନ୍ତି ବିଜେପିର ଗୁଜରାଟ ବିଧାୟକ। ତାଙ୍କ ପରେ ଏବେ ଜାଡେଜା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ରିଭାବା ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ରବୀନ୍ଦ୍ର ଜାଡେଜା ବିଜେପିର ନୂଆ ସଦସ୍ୟ ହୋଇଥିବା ଫଟୋକୁ ଶେୟାର କରିଛନ୍ତି।
ସେପ୍ଟେମ୍ବର ୨ରୁ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ ଦେଶବ୍ୟାପୀ ଆରମ୍ଭ ହୋଇଛି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏହାକୁ ଶୁଭାରମ୍ଭ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଦଳରେ ଥିବା ତାଙ୍କ ସଦସ୍ୟତାକୁ ନବୀକରଣ କରିଥିଲେ।
ସୂଚନାଯୋଗ୍ୟ, ଗତ ଜୁନରେ ଟି-୨୦ ଅନ୍ତର୍ଜାତୀୟ ବିଶ୍ବକପ୍ ଭାରତର ଐତିହାସିକ ବିଜୟ ପରେ ୩୫ ବର୍ଷୀୟ ଜାଡେଜା ଟି-୨୦ରୁ ଅବସର ଘୋଷଣା କରିଥିଲେ ।
Powered by Froala Editor