ଝୋଟ ବ୍ୟାଗ ବଣ୍ଟନ ନେଇ ୨୪୭ କୋଟି ୩୬ ଲକ୍ଷ ଟଙ୍କା ଖର୍ଚ୍ଚ
ଭୁବନେଶ୍ୱର: ଝୋଟ ବ୍ୟାଗ ବଣ୍ଟନ ନେଇ ହୋସ ଉଡ଼ାଇବା ଭଳି ତଥ୍ୟ ସାମନାକୁ ଆସିଛି । ନିର୍ବାଚନ ପୂର୍ବରୁ ସରକାର ବାଣ୍ଟିଥିବା ଝୋଟ ବ୍ୟାଗ ଖର୍ଚ୍ଚ ନେଇ ଆଜି ବିଧାନସଭାରେ ତଥ୍ୟ ଉପସ୍ଥାପନ କରାଯାଇଛି । ଝୋଟ ବ୍ୟାଗ ବଣ୍ଟନ ନେଇ ୨୪୭ କୋଟି ୩୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ବିଧାୟକ ଅମରେନ୍ଦ୍ର ଦାସଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଲିଖିତ ଉତ୍ତର ରଖିଛନ୍ତି । ୨ଟି ବ୍ୟାଗ ସହ ପରିବାର ପିଛା ୧ ହଜାର ଟଙ୍କା ବଣ୍ଟନ କରାଯାଇଥିଲା । ୧ ହଜାର ଟଙ୍କା ବଣ୍ଟନରେ ଖର୍ଚ୍ଚ ହୋଇଛି ମୋଟ ୯୫୯ କୋଟି ୫ ଲକ୍ଷ ।
Powered by Froala Editor