ଡେବ୍ରିଗଡ଼ ଅଭୟାରଣ୍ୟରେ ଅଣ୍ଡିରା ହାତୀ ଖାରସେଲର ମୃତ୍ୟୁ
ସମ୍ବଲପୁର: ସମ୍ବଲପୁର ଡେବ୍ରିଗଡ଼ ଅଭୟାରଣ୍ୟରେ ଥିବା ଅଣ୍ଡିରା ହାତୀ ଖାରସେଲର ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଓ ରୋଗ ଯୋଗୁ ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ଘଟିଥିବା ହୀରାକୁଦ ବନ୍ୟପ୍ରାଣୀ ଉପଖଣ୍ଡ ଡିଏଫଓ ଅଂଶୁପ୍ରଜ୍ଞା ଦାଶ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ହାତୀ ଖାରସେଲକୁ ୬୫ ବର୍ଷ ହୋଇଥିଲା ।କିଛି ଦିନ ହେବ ସେ ଅସୁସ୍ଥ ହୋଇପଡ଼ିଥିଲା। ତାର ଚିକିତ୍ସା କରାଯାଉଥିଲା। ଗତକାଲି ସନ୍ଧ୍ୟାରେ ଖାରସେଲରର ମୃତ୍ୟୁ ଘଟିଥିଲା।ସୂଚନାଯୋଗ୍ୟ, ୨ ଦିନ ତଳେ ଭୁବନେଶ୍ୱର ସ୍ଥିତ ଚନ୍ଦକା ଗୋଡ଼ିବାରିରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ ଘଟିଥିଲା। ମୃତ ହାତୀ ଛୁଆଟିର ବୟସ ପ୍ରାୟ ୩ବର୍ଷ ହୋଇଥିଲା।
Powered by Froala Editor