ଜେଲ୍ ଏଡିଜିଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଟଙ୍କା ମାଗୁଛନ୍ତି ଠକ
ବରିଷ୍ଠ ଆଇପିଏସ୍ ଅଫିସରଙ୍କ ଫଟୋ ଲଗାଇ ଲୋକଙ୍କୁ ଟଙ୍କା ମାଗୁଛନ୍ତି ଠକ । ଜେଲ୍ ଏଡିଜି ଅମିତାଭ ଠାକୁରଙ୍କ ନାଁରେ କେହି ଜଣେ ଫେକ୍ ଆକାଉଣ୍ଟ ଖୋଲିଥିବା ଜଣାପଡିଛି। ଇନ୍ଷ୍ଟାଗ୍ରାମରେ ଏକ ଫେକ୍ ଆକାଉଣ୍ଟ ଖୋଲାଯାଇଥିବା ନେଇ ଏଡିଜି ଠାକୁର ମଙ୍ଗଳବାର ସାଇବର କ୍ରାଇମରେ ଅଭିଯୋଗ କରିଛନ୍ତି। ଏହି ଫେକ୍ ଆକାଉଣ୍ଟରେ କୌଣସି ମେସେଜ ପାଇଲେ ଆର୍ଥିକ କାରବାର ନ କରିବାକୁ ଏଡିଜି ଠାକୁର ଲୋକଙ୍କୁ ଅନୁରୋଧ କରିଛନ୍ତି।
ଏପରି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ସାଇବର ଲୁଟେରାମାନେ ଅତି ସତର୍କତାର ସହ ଫେକ୍ ଆକାଉଣ୍ଟ କରି ସେଥିରେ ଜେଲ୍ ଏଡିଜି ଅମିତାଭ ଠାକୁରଙ୍କ ଫଟୋ ଲଗାଇଛନ୍ତି। ଏହାପରେ ଲୋକଙ୍କ ନିକଟକୁ ମେସେଜ ପଠାଇ ଟଙ୍କା ମାଗୁଛନ୍ତି।
ଏନେଇ କିଛି ଲୋକଙ୍କର ସନ୍ଦେହ ହେବାରୁ ସେମାନେ ଏ ସମ୍ପର୍କରେ ଜେଲ୍ ଏଡିଜି ଅମିତାଭ ଠାକୁରଙ୍କୁ ଅବଗତ କରିଥିଲେ। ଏହାପରେ ତତ୍କ୍ଷଣାତ ଅମିତାଭ ଠାକୁର ସାଇବର ସେଲ୍ ୟୁନିଟ୍ରେ ଅଭିଯୋଗ କରିଛନ୍ତି। ଏଥିସହ ସେ ଭୁବନେଶ୍ୱର ଡିସିପି ଓ କ୍ରାଇମବ୍ରାଞ୍ଚକୁ ସୂଚନା ଦେଇଛନ୍ତି । କୌଣସି ମେସେଜ ପାଇଲେ ମଧ୍ୟ ଆର୍ଥିକ କାରବାର ନ କରିବାକୁ ଲୋକଙ୍କୁ ଅବଗତ କରିଛନ୍ତି।
ଅନ୍ୟପକ୍ଷେ ଅଭିଯୋଗକୁ ଭିତ୍ତି କରି ଏକ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛି। କିଏ ଏବଂ କେଉଁ ଉଦେଶ୍ୟରେ ଏହି ଫେକ୍ ଆକାଉଣ୍ଟ ଖୋଳାଯାଇଛି। ତାହାର ଖୋଲତାଡ଼ ଆରମ୍ଭ ହୋଇଛି।
Powered by Froala Editor