ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ବିଚାରାଧୀନ ଅଛି
ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନରେ ଥିବା ବିଧାନସଭାରେ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଯେ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ଗତକାଲି ଯେଉଁ ଉତ୍ତର ଦିଆଯାଇଥିଲା ତାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୁହାଯାଇଥିଲା ବୋଲି ସେ କହିଛନ୍ତି। ରାଜ୍ୟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ କୌଣସି ପ୍ରସ୍ତାବ ନାହିଁ। ସୁପ୍ରିମକୋର୍ଟଙ୍କ ମତ ଅନୁଯାୟୀ ବେଞ୍ଚ ପ୍ରତିଷ୍ଠାର କୌଣସି ଯଥାର୍ଥତା ନାହିଁ ବୋଲି ସେ ଗତକାଲି କହିଥିଲେ। ସୋମବାର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଶ୍ନର ଉତ୍ତର ରଖି ଏହା କହିଥିବାବେଳେ ଆଜି ନିଜ ମତରେ ୟୁ ଟର୍ଣ୍ଣ ନେଇଛନ୍ତି ମୁଖ୍ୟମନ୍ତ୍ରୀ।
ସେପଟେ ବିଜେଡି ବିଧାୟକ କଳିକେଶ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି କେବେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବେ ସେନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦିଅନ୍ତୁ। ଗତକାଲି ସୁପ୍ରିମକୋର୍ଟଙ୍କ ଆଧାରରେ ପ୍ରସ୍ତାବ ନାହିଁ ବୋଲି କହିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଭିନ୍ନ ସ୍ପଷ୍ଟିକରଣ ଦେଉଛନ୍ତି। ସ୍ପଷ୍ଟିକରଣ ନୁହେଁ ସେ ପ୍ରତିଶ୍ରୁତି ଦିଅନ୍ତୁ ଦାବି କରି କଳିକେଶ କହିଛନ୍ତି ଯେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ବଲାଙ୍ଗିରର ପ୍ରଥମ ଅଧିକାର ରହିଛି।
Powered by Froala Editor