ଅମିତାଭ ଠାକୁରଙ୍କ ନାମରେ ନକଲି ଆକାଉଣ୍ଟ ଖୋଲିଲେ ସାଇବର ଠକ
ଭୁବନେଶ୍ବର: ପୁଲିସ ଅଧିକାରୀଙ୍କୁ ବି ଛାଡୁ ନାହାଁନ୍ତି ସାଇବର ଠକ। ଜେଲ ଏଡିଜି ଅମିତାଭ ଠାକୁରଙ୍କ ନାମରେ ନକଲି ଆକାଉଣ୍ଟ ଖୋଲି ଠକେଇ କରିବାକୁ ଯୋଜନା କରିଛନ୍ତି ସାଇବର ଲୁଟେରା। ଇନଷ୍ଟାଗ୍ରାମରେ ଅମିତାଭ ଠାକୁରଙ୍କ ନାମରେ ନକଲି ଆକାଉଣ୍ଟ ଖୋଲାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଅମିତାଭ ଠାକୁର। କେହି ଜଣେ ସାଇବର ଠକ ଏଭଳି ଆକାଉଣ୍ଟ ଖୋଲି ପରିଚାଳିତ କରୁଥିବାରୁ ସେଥିରୁ କୌଣସି ମେସେଜ ଆସିଲେ ଆର୍ଥିକ କାରବାର ନକରିବାକୁ କହିଛନ୍ତି ଅମିତାଭ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କ୍ରାଇମବ୍ରାଞ୍ଚ, ଭୁବନେଶ୍ୱର ଡିସିପି ଓ ଇନଷ୍ଟାଗ୍ରାମକୁ ରିପୋର୍ଟ କରିଥିବା ନେଇ ସୂଚନା ଦେଇଛନ୍ତି।
Powered by Froala Editor