ଆଜିଠୁ ଦର୍ଶକ ଉପଭୋଗ କରିବେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ
ଭୁବନେଶ୍ଵର: ଦୀର୍ଘ ୯ ମାସ ପରେ ପର୍ଯ୍ୟଟକଙ୍କ ପ୍ରତୀକ୍ଷାର ଅନ୍ତ ଘଟିବ। ଓଟିଡିସିର ପ୍ରତିଷ୍ଠା ଦିବସ ଅବସରରେ ଆଜି ସନ୍ଧ୍ୟାରେ ଶାନ୍ତିସ୍ତୁପ ଧଉଳିରେ ପୁଣି ଚାଲିବ ଆଲୋକ ଓ ଶଦ୍ଦ ଶୋ। ଧଉଳି ଉପରେ ପର୍ଯ୍ୟବେସିତ ଐତିହାସିକ କଥାବସ୍ତୁକୁ ନେଇ ଆଲୋକ ଓ ଶଦ୍ଦ ଶୋ କୁ ଦର୍ଶକ ଉପଭୋଗ କରିବେ। ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା, ପର୍ଯ୍ୟଟନ ସଚିବ ବଳବନ୍ତ ସିଂ, ପର୍ଯ୍ୟଟନ ନିର୍ଦେଶକ ସମର୍ଥ ବର୍ମା ଓ ସ୍ଥାନୀୟ ବିଧାୟକ ବାବୁ ସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶୋର ଶୁଭାରମ୍ଭ କରିବେ। ଏ ନେଇ ଓଟିଡିସି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ପୂର୍ବରୁ ସଂଗ୍ରହ ହେଉଥିବା ଶୋର ଟିକଟ ମୂଲ୍ୟରେ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ବିଶ୍ଵ ପ୍ରସିଦ୍ଧ ଶାନ୍ତିସ୍ତୂପ ଧଉଳିରେ ରାଜ୍ୟରେ ପ୍ରଥମ କରି ଆଲୋକ ଓ ଶଦ୍ଦ ଶୋ ୨୦୨୫ରେ ଆରମ୍ଭ ହୋଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋ କୁ ଉଦଘାଟନ କରିଥିଲେ। ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଦୁଇଟି ପର୍ଯ୍ୟାୟରେ ଶୋ ଆରମ୍ଭ କରାଯାଇଥିଲା। ସନ୍ଧ୍ୟାରେ ଖୋଲା ଆକାଶ ତଳେ ବସି ପର୍ଯ୍ୟଟକମାନେ ଶୋ କୁ ଉପଭୋଗ କରୁଥିଲେ। ମାତ୍ର ୨୦୨୩ ନଭେମ୍ବର ମାସରୁ ଗୋଟିଏ ପ୍ରୋଜେକ୍ଟର ଅକାମି ହୋଇଯିବା ଯୋଗୁଁ ଶୋ ଚାଲିବା ବନ୍ଦ ହୋଇଯାଇଥିଲା। ଓଟିଡିସି ପକ୍ଷରୁ ଏହାକୁ ମରାମତି କରିବା ଲାଗି ଚେଷ୍ଟା କରାଯାଇଥିଲା। ହେଲେ ତାହା ଚାଲିବା ସମ୍ଭବ ହୋଇପାରିନଥିଲା। ଏବେ ତାକୁ ପୁଣି କାର୍ଯ୍ୟକ୍ଷମ କରାଯାଇଛି।
Powered by Froala Editor