ତାଳଚେର ଖଣି ଉପନିର୍ଦ୍ଦେଶକ ଗିରଫ
ଭୁବନେଶ୍ବର: ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ। ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ସୋମବାର ଧରଣୀଧରଙ୍କ ବାସଭବନ ସମେତ ବିଭିନ୍ନ ଠିକଣାରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍। ଚଢାଉ ବେଳେ ଭୁବନେଶ୍ୱରର ଗୋଟିଏ ଡୁପ୍ଲେକ୍ସ ଘରୁ ମିଳିଥିଲା ୯ଲକ୍ଷରୁ ଅଧିକ ଟଙ୍କା। ଏହାସହିତ ଧରଣୀଧରଙ୍କ ୧କୋଟି ୩୦ଲକ୍ଷର ଏକ ଫ୍ଲାଟ, ୨ଟି ମାର୍କେଟ କଂପଲେକ୍ସ, ୧୧ଟି ପ୍ଲଟ, ୫୩ଲକ୍ଷ ବ୍ୟାଙ୍କ ଜମା ରାଶି ଠାବ କରିଥିଲା ଭିଜିଲାନ୍ସ ଟିମ୍। ଗତକାଲି ଚଢାଉ ପରେ ସମ୍ପତ୍ତି ବିଷୟରେ ପଚରାଉଚରା କରାଯାଇଥିଲା। ହେଲେ ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି।
Powered by Froala Editor