ହାତୀପଲ ରାତିରେ ଭାଙ୍ଗିଲେ ଘର
ପାଟଣା : ପାଟଣା ବନାଞ୍ଚଳରେ ଉପଦ୍ରବ ଜାରି ରଖିଥିବା ହାତୀପଲ ରାତିରେ ନୂଆଗାଁ ଗ୍ରାମର ମହୁର ନାଏକଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇ ଯାଇଛନ୍ତି। ଏହି ହାତୀପଲ କ୍ଷିପ୍ର ଗତିରେ ସ୍ଥାନ ପରିବର୍ତ୍ତନ କରୁଛନ୍ତି। ଖଡିବେଡା ନିକଟରେ ଥିବା ହାତୀପଲ କେନ୍ଦୁଯୋଡ଼ା, ଫୁଲପାହାଡ଼ି, ପୁରୁଣାପାଣି,ନୂଆଗାଁ, ତେଣ୍ଡରା, ବଡ଼ବିଲ, ଟଭାସରୁଆ ହୋଇ ଗତକାଲି ସନ୍ଧ୍ୟାରେ ଗଣ୍ଡବେଡା ନିକଟରେ ଥିବା ଜଣାପଡିଛି। ଏହି ହାତୀପଲଙ୍କ ଦ୍ଵାରା ବ୍ୟାପକ ଧାନ ଫସଲ ସହ ମକା, ବୋଇତାଳୁ ଚାଷ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।
Powered by Froala Editor