ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଏହା କହିଲେ ଜୟନାରାୟଣ ମିଶ୍ର
ଭୁବନେଶ୍ବର : ରାଜ୍ୟରେ ହେବନି ହାଇକୋର୍ଟ ବେଞ୍ଚ। ଏ ନେଇ ଆଜି ଗୃହରେ ଲିଖିତ ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପଟେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ବଳବତ୍ତର ରହିଛି। ଲୋକସଂଖ୍ୟା ବଢୁଛି। କେସ୍ ବି ବଢୁଛି। ଉତ୍ତରପ୍ରଦେଶରେ ୩ଟି ବେଞ୍ଚ ଥିବାବେଳେ ଓଡ଼ିଶାରେ କାହିଁକି ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବନି ବୋଲି ସେ ପ୍ରଶ୍ନ କରିଛନ୍ତି। ଜୟନାରାୟଣଙ୍କ ଏହି ମନ୍ତବ୍ୟକୁ ନେଇ ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହଦେଓ କହିଛନ୍ତି। ଯେଉଁଠି ମୁଖ୍ୟମନ୍ତ୍ରୀ ମନା କରୁଛନ୍ତି ସେଠି ତାଙ୍କ ବିଧାୟକଙ୍କ କଥାରେ କଣ ଅଛି। ବଲାଙ୍ଗୀରରେ ସ୍ଵତନ୍ତ୍ର ହାଇକୋର୍ଟ ବେଞ୍ଚ ଦାବି ଦିର୍ଘ ଦିନରୁ ରହି ଆସିଛି। ପଶ୍ଚିମ ଓଡ଼ିଶା ସହିତ ବିଶ୍ୱାସ ଘାତକତା ହୋଇଛି। ସରକାର ସହମତ ହେଲେ ବେଞ୍ଚ୍ ସ୍ଥାପନାରେ କୌଣସି ବାଧା ନାହିଁ। ୟୁପିରେ ତିନିଟି ଅଛି। ସ୍ଵତନ୍ତ୍ର ଭାବେ ପଶ୍ଚିମ ଓଡ଼ିଶାର ବଲାଙ୍ଗିରରେ କରନ୍ତୁ ମୁଖ୍ୟମନ୍ତ୍ରୀ। ଦଳ ଗୋଟେ ସରକାର ବିଜେପିର। ମୁଖ୍ୟମନ୍ତ୍ରୀ ଯଦି ମନା କରୁଛନ୍ତି, ବିଜେପି ନେତାଙ୍କ ଦାବି କରିବାର ମୂଲ୍ୟ କଣ ବୋଲି କଳିକେଶ ପ୍ରଶ୍ନ କରିଛନ୍ତି।
Powered by Froala Editor