ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଚନ୍ଦକା ଗୋଡ଼ିବାରିରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ହାତୀ ଛୁଆଟିର ବୟସ ପ୍ରାୟ ୩ବର୍ଷ ।
ହାତୀ ଛୁଆଟି ବଲାଙ୍ଗିର ଜିଲ୍ଲା ଦେଓଗାଁରୁ ଆସିଥିଲା। କିଛି ତଳେ ସେ ଅସୁସ୍ଥ ହୋଇପଡ଼ିଥିଲା। ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଗୋଡ଼ିବାରି ହାତୀ ପ୍ରଶିକ୍ଷଣ କେନ୍ଦ୍ର ନିକଟରେ ତାର ଚିକିତ୍ସା କରାଯାଉଥିଲା। ସପ୍ତାହେ ହେବ ନନ୍ଦନକାନନ ଓ ଙଟଇଞ ଟିମ୍ ତାକୁ ସୁସ୍ଥ କରିବାରେ ଲାଗିଥିଲେ।ଖାଇ ପିଇ ପାରୁ ନ ଥିବାରୁ ଲଗାତାର ସାଲାଇନ ଦିଆଯାଉଥିଲା। ହାତୀଟିର ପାଟି ଘା’ ହୋଇ ଯାଇଥିବାରୁ ତାକୁ ଆଣ୍ଟି ବାୟୋଟିକ୍ ଦେଉନଥିଲେ ଡାକ୍ତର। ହାତୀ ଛୁଆକୁ ସୁସ୍ଥ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ ଶେଷରେ ହାତୀ ଛୁଆଟିର ମୃତ୍ୟୁ ଘଟିଥିଲା।
Powered by Froala Editor