ଆନନ୍ଦ ବଜାରରେ ବିକ୍ରି ହେବନି ବାସି ଅବଢ଼ା, ମୁତୟନ ହେଲେ ୨୦ ଅବସରପ୍ରାପ୍ତ ସେନା କର୍ମଚାରୀ
ସାଦା ପୋଷାକରେ ଶ୍ରୀମନ୍ଦିରରେ ମୁତୟନ ହୋଇଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ। ମୋଟ ଦୁଇଟି ସିଫ୍ଟରେ ୨୦ଜଣ ପୂର୍ବତନ ସେନା କର୍ମଚାରୀ ମୁତୟନ ହୋଇଛନ୍ତି।
ଏମାନେ ଆନନ୍ଦବଜାରରେ ଶୃଙ୍ଖଳା ବୁଝିବେ। ୨୦ ଜଣ ଦୁଇଟି ସିଫ୍ଟରେ କାମ କରିବେ। ସକାଳ ୬ଟାରୁ ୧୦ ଜଣ ଦିନ ୨ଟାରୁ ଆଉ ୧୦ ଜଣ ସିଫ୍ଟ କରିବେ। ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିୟୋଜିତ କରିବା ପାଇଁ ପୂର୍ବରୁ ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା।
ଆନନ୍ଦ ବଜାର ଶୃଙ୍ଖଳା ଓ ସଂସ୍କାର ନେଇ ଅବସରପ୍ରାପ୍ତ ସେନା କର୍ମଚାରୀ ମୁତୟନ କରାଯାଇଛି। ଏହା ସହ ସୂପକାର ଓ ଅଣସୂପକାରଙ୍କ ଉପରେ ନଜର ରଖିବେ ସ୍ୱତନ୍ତ୍ର ସୁରକ୍ଷା କର୍ମୀ। ବିଶେଷ କରି ଆନନ୍ଦ ବଜାରରେ ବାସି ଅବଢ଼ା ବିକ୍ରି ଉପରେ ରୋକ୍ ଲଗାଇବା ପାଇଁ ଏହି ପ୍ରୟାସ କରାଯାଇଛି।
ଅଣସୂପକାର ଅବଢ଼ା ବିକ୍ରି କରିପାରିବେ ନାହିଁ । ସୁଆର ମହାସୁଆର ନିଯୋଗ ଦ୍ୱାରା ସୂଚିତ ସୂପକାରଙ୍କୁ ମିଳିବ ଅନୁମତି । ଭକ୍ତଙ୍କ ପ୍ରତି ଆରଚରଣ ଓ ଉଚ୍ଚାରଣ ଠିକ୍ ରଖିବା ଉପରେ ଗୁରୁତ୍ୱ ରହିବ । ନିର୍ଦ୍ଧିଷ୍ଟ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ଭୋଗ ବିକ୍ରିକୁ ବାରଣ କରାଯିବ ।
Powered by Froala Editor