ଚାଷୀ ଆନ୍ଦୋଳନରେ ସାମିଲ ହେଲେ ଭିନେଶ ଫୋଗାଟ
ନୂଆଦିଲ୍ଲୀ: ଶମ୍ଭୁ ସୀମାରେ ଆନ୍ଦୋଳନରତ ହଜାର ହଜାର କୃଷକଙ୍କ ସହ ସାମିଲ ହୋଇଛନ୍ତି ଅଲିମ୍ପିଆନ ଭିନେଶ ଫୋଗାଟ। ଚାଷୀ ଆନ୍ଦୋଳନକୁ ୨୦୦ ଦିନ ପୂର୍ତ୍ତି ଅବସରରେ ଯୋଗଦେଇ ଫୋଗାଟ କୃଷକମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଏବଂ ଆପଣଙ୍କ ଝିଅ ଆପଣମାନଙ୍କ ସହ ରହିଛି ବୋଲି କହିଛନ୍ତି।ଭିନେଶ କହିଛନ୍ତି, "ଚାଷୀମାନେ ଦୀର୍ଘ ଦିନ ଧରି ଏଠାରେ ବସି ନିଜର ଅଧିକାର ପାଇଁ ଲଢେଇ କରୁଛନ୍ତି। ମୁଁ ଏଠାକୁ ସେମାନଙ୍କ ଝିଅ ଭାବରେ ଆସିଛି।ଏତେ ଦିନ ଆନ୍ଦୋଳନରେ ବସିବା ସତ୍ତ୍ୱେ ସେମାନଙ୍କର ଧୈର୍ୟ୍ୟ ଏବଂ ନିଷ୍ଠା ଦେଖି ଯେମିତି ଆଜି ଆନ୍ଦୋଳନ ଆରମ୍ଭ ହୋଇଥିବା ପରି ମନେ ହେଉଛି।କିନ୍ତୁ ଦୀର୍ଘ ଦିନ ଆନ୍ଦୋଳନରେ ବସିବା ପରେ ଆତ୍ମବିଶ୍ୱାସ ଚାଲିଯାଏ। ଯେବେ ଆମେ ଆନ୍ଦୋଳନରେ ବସିଥିଲୁ ଆମକୁ ବି ଠିକ୍ ଏପରି ଲାଗିଥିଲା। କିନ୍ତୁ ସଙ୍ଘର୍ଷ କେବେ ବେକାର ଯାଏନି, ନିଶ୍ଚୟ ଫଳପ୍ରଦ ହେବ।" ପ୍ରକାଶ ଥାଉକି, ସମସ୍ତ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ପାଇଁ ଏକ ଆଇନଗତ ଗ୍ୟାରେଣ୍ଟି ସହ ଅନ୍ୟାନ୍ୟ ଦାବି ନେଇ ଫେବୃଆରୀ ୧୩ରେ ହଜାର ହଜାର ଚାଷୀ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ ସେମାନଙ୍କୁ ଦିଲ୍ଲୀକୁ ପ୍ରବେଶ ଅନୁମତି ନ ମିଳିବାରୁ ସେମାନେ ଶମ୍ଭୁ ସୀମାରେ ଆନ୍ଦୋଳନରତ ଅଛନ୍ତି। ଆଜି ଏହି ଆନ୍ଦୋଳନକୁ ୨୦୦ ଦିନ ପୂରଣ ହେଉଥିବାରୁ ଚାଷୀମାନେ ଏକତ୍ରିତ ହୋଇ ବିଶାଳ ଶୋଭାଯାତ୍ରା କରିଛନ୍ତି।
Powered by Froala Editor