ବିଷାକ୍ତ ମଦ ପିଇ ୨୩୧ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର: ରାଜ୍ୟରେ ବିଷାକ୍ତ ମଦ ମୋଟ ୨୩୧ ଜଣଙ୍କ ଜୀବନ ନେଇଛି । ବିଧାନସଭାରେ ଆଜି ଏହି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୧୯୯୨ ମସିହା ଠାରୁ ଏଯାବତ ବିଷାକ୍ତ ମଦ ପିଇ ୨୩୧ ଜଣଙ୍କ ମୃତୁ୍ୟ ହୋଇଛି ।
ତାଙ୍କ ସୂଚନା ଅନୁଯାୟୀ ୧୯୯୨ ମସିହାରେ କଟକରେ ସର୍ବାଧିକ ୧୩୪ଜଣଙ୍କ ମୃତୁ୍ୟ ହୋଇଥିଲା । ୨୦୧୨ ମସିହାରେ ଭୁବନେଶ୍ୱର ଉପକଣ୍ଠ ଟୁକୁଲିପଡ଼ାରେ ୪୧ଜଣଙ୍କ ମୃତୁ୍ୟ ହୋଇଥିଲା । ସେହିପରି ୨୦୦୧ରେ ପୁରୀରେ ୨୦ ଜଣ ଓ ୨୦୦୬ରେ ଗଞ୍ଜାମରେ ୧୯ ଜଣଙ୍କ ମୃତୁ୍ୟ ହୋଇଥିଲା । ସେହିପରି ୨୦୧୯ ନିର୍ବାଚନବେଳେ ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳରେ ୭ ଜଣଙ୍କ ମୃତୁ୍ୟ ହୋଇଛି । ଗ୍ରାମାଞ୍ଚଳରେ ୪୩୩ଟି ଦେଶୀଭାଟି ରହିଥିବାବେଳେ ୨୨୭କୋଟିର ରାଜସ୍ୱ ଆଦାୟ ହୋଇଛି । ପାଉଚ ଉପôାଦନ ପାଇଁ ୪୯୦ ଭଦଭାଟିକୁ ଲାଇସେନ୍ସ ଦିଆଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ୨୩ କୋଟି ଲିଟର ମହୁଲି ମଦ ପ୍ରସ୍ତୁତ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ବିଧାନସଭା ଶୂନ୍ୟକାଳରେ ଉଠିଲା ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ। ଗଞ୍ଜାମ ଜିଲା ଚିକିଟିରେ ବିଷାକ୍ତ ମଦ ଖାଇ ଆଜି ଆଉ ଜଣେ ଆଖି ବୁଝିଛନ୍ତି। ଫଳରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ହୋଇଥିବାରୁ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ। ସରକାର ଗୃହରେ ଏସମ୍ପର୍କରେ ବିବୃତ୍ତି ରଖିବାକୁ ଦାବି କରିଛନ୍ତି ବିରୋଧୀ। ଶୂନ୍ୟକାଳରେ ବିରୋଧୀ ବିଜେଡିର ସଦସ୍ୟମାନେ ହୋହାଲ୍ଲା କରିବା ସହ ଅବାକରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ନିଶାମୁକ୍ତ ଓଡ଼ିଶା ଗଠନ କହି ସରକାରକୁ ଆସିଥିଲା ବିଜେପି। ହେଲେ ଏବେ କଣ ହେଉଛି, ନୈତିକତା ଦୃଷ୍ଟିରୁ ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ।
Powered by Froala Editor