ରାଜ୍ୟରେ ଏବେ ସମ୍ପୂର୍ଣ୍ଣ ନିଶା ନିବାରଣ ପ୍ରସ୍ତାବ ନାହିଁ: ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର: ରାଜ୍ୟରେ ଏବେ ସମ୍ପୂର୍ଣ୍ଣ ନିଶା ନିବାରଣ ପ୍ରସ୍ତାବ ନାହିଁ । ଏନେଇ ରାଜ୍ୟ ସରକାରଙ୍କ କୌଣସି ପ୍ରସ୍ତାବ ନଥିବା ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଆଜି ବିଧାନସଭାରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନରେ ମନ୍ତ୍ରୀ ଏହା କହିଛନ୍ତି । ସେ କହିଛନ୍ତି ଯେ ମଦ୍ୟପମାନଙ୍କୁ ପଞ୍ଜୀକରଣ କରି ବୀମାଭୁକ୍ତ କରିବାର ବ୍ୟବସ୍ଥା ନାହିଁ ।
ଅନ୍ୟପକ୍ଷରେ ବିଧାନସଭା ଶୂନ୍ୟକାଳରେ ଉଠିଲା ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ। ଗଞ୍ଜାମ ଜିଲା ଚିକିଟିରେ ବିଷାକ୍ତ ମଦ ଖାଇ ଆଜି ଆଉ ଜଣେ ଆଖି ବୁଝିଛନ୍ତି। ଫଳରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ହୋଇଥିବାରୁ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ। ସରକାର ଗୃହରେ ଏସମ୍ପର୍କରେ ବିବୃତ୍ତି ରଖିବାକୁ ଦାବି କରିଛନ୍ତି ବିରୋଧୀ। ଶୂନ୍ୟକାଳରେ ବିରୋଧୀ ବିଜେଡିର ସଦସ୍ୟମାନେ ହୋହାଲ୍ଲା କରିବା ସହ ଅବାକରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ନିଶାମୁକ୍ତ ଓଡ଼ିଶା ଗଠନ କହି ସରକାରକୁ ଆସିଥିଲା ବିଜେପି। ହେଲେ ଏବେ କଣ ହେଉଛି, ନୈତିକତା ଦୃଷ୍ଟିରୁ ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ।
Powered by Froala Editor