ଛତୁଆର ମାନ ଯାଞ୍ଚ କରିବାକୁ ପ୍ରଭାତୀ ପରିଡ଼ାଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି
ଭୁବନେଶ୍ୱର: ଛତୁଆର ମାନକୁ ନେଇ ଆଜି ବିଧାନସଭାରେ ଏକାଧିକ ବିଧାୟକ ଉଦବେଗ ପ୍ରକାଶ କରିଛନ୍ତି । ତେବେ ବିଧାୟକମାନଙ୍କ ଉଦବେଗ ପରେ ଛତୁଆର ମାନକୁ ନେଇ ବାଚସ୍ପତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଚସ୍ପତି ସୁରମା ପାଢ଼ୀ ନିଦେ୍ର୍ଧଶ ଦେଇଛନ୍ତି । ଏନେଇ ବାଚସ୍ପତି ସୁରମା ପାଢ଼ୀ ଗୃହ ଭିତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏଥିସହ ଗତ ୫ ବର୍ଷ ମଧ୍ୟରେ କେଉଁ ଏଜେନ୍ସୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହାର ବିବରଣୀ ମଧ୍ୟ ବାଚସ୍ପତି ମାଗିଛନ୍ତି ।
ସୂଚନାଯୋଗ୍ୟ, ଛତୁଆ ଯୋଗାଣକୁ ନେଇ ଆଜି ଗୃହରେ ସରଗରମ ଆଲୋଚନା ହୋଇଛି। କଂଗ୍ରେସ ବିଧାୟକ ତାରା ବାହିନୀପତି କହିଥିଲେ ଛତୁଆ ବଦଳରେ ଗହମ ଚିନି କେବଳ ଦିଆଯାଉଛି। ସେ ଛତୁଆକୁ ପିଲା ନୁହେଁ ଗାଈଗୋରୁ ଖାଉଛନ୍ତି। ଭଲ ଛତୁଆ ଯୋଗାଣ ପାଇଁ ଟେଣ୍ଡର ଡାକନ୍ତୁ ସରକାର। ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଥିଲେ ଯାଞ୍ଚ ପାଇଁ ସୁପରଭାଇଜର ଏବଂ ମାତୃ କମିଟି ଗଠନ ହୋଇଛି। ସେମାନେ ଯାଞ୍ଚ କରୁଛନ୍ତି।
Powered by Froala Editor