‘ସୁଭଦ୍ରା’ ଯୋଜନା: ଟୋଲ ଫ୍ରି ନମ୍ବରରେ କଲ୍ କରି ପାଇପାରିବେ ସମସ୍ତ ତଥ୍ୟ
ଭୁବନେଶ୍ବର: ‘ସୁଭଦ୍ରା’ ଯୋଜନାର ସଫଳ ରୂପାୟନକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଟୋଲ୍ ଫ୍ରି ନମ୍ବର ୧୪୬୭୮ ଜାରି ହୋଇଛି। ଏହି ନମ୍ବରଟି ସକାଳ ୬ଟାରୁ ରାତି ୧୦ଟା ପର୍ୟ୍ୟନ୍ତ କାର୍ୟ୍ୟକ୍ଷମ ହେବ। ଏହି ସମୟସୀମା ଭିତରେ ଯେ କୌଣସି ବ୍ୟକ୍ତି ଏହି ଟୋଲ ଫ୍ରି ନମ୍ବରରେ କଲ୍ କରି ସୁଭଦ୍ରା ଯୋଜନା ସଂପର୍କରେ ସମସ୍ତ ତଥ୍ୟ ପାଇପାରିବେ। ଜାରି ହୋଇଥିବା ମାର୍ଗଦର୍ଶିକା ଅନୁଯାୟୀ ଯେଉଁ ମହିଳାମାନେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଯୋଜନା ଅଧୀନ କୌଣସି ଆର୍ଥିକ ସହାୟତା ଯଥା ପେନସନ, ଛାତ୍ରବୃତ୍ତି ଇତ୍ୟାଦି ପ୍ରତି ମାସରେ ୧୫ଶହ କିମ୍ବା ତା’ଠାରୁ ଅଧିକ ଓ ବାର୍ଷିକ ୧୮ହଜାର ଟଙ୍କା କିମ୍ବା ଅଧିକ ପାଉଥିଲେ ସେମାନେ ଅଯୋଗ୍ୟ ଘୋଷିତ ହେବେ।
ମାତ୍ର ଅଙ୍ଗନବାଡ଼ି କର୍ମୀ-ସହାୟିକା, ଆଶା କର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ (ସିଆରପି), ମାଷ୍ଟର ବୁକ୍ କିପର(ଏମ୍ବିକେ) ଓ ଆଉଟସୋର୍ସିଂ ଏଜେନ୍ସିଂ ଦ୍ବାରା ନିଯୁକ୍ତ ମହିଳାମାନେ ମାର୍ଗଦର୍ଶିକାରେ ଥିବା ଅନ୍ୟ ସମସ୍ତ ମାନଦଣ୍ଡ ହିସାବରେ ଯୋଗ୍ୟ ହେଉଥିଲେ ସେମାନେ ମଧ୍ୟ ଏହି ଯୋଜନା ପାଇଁ ଆବେଦନ କରିପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।
Powered by Froala Editor