ଇଞ୍ଜିନିୟରିଂରେ ପାଠପଢ଼ି ମିଳୁନାହିଁ ଚାକିରି
ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ବେକାର ଇଞ୍ଜିନିୟରଙ୍କ ସଂଖ୍ୟା । ଆଇଟିଆଇ ଓ ଡିପ୍ଲୋମା ଇଞ୍ଜିନିୟରିଂରେ ପାଠପଢ଼ି ଚାକିରି ମିଳୁନାହିଁ । ଆଜି ବିଧାନସଭାରେ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଆଇଟିଆଇ ଓ ଡିପ୍ଲୋମା ପଢ଼ି ଚାକିରି ଅପେକ୍ଷାରେ ୭୯,୫୫୮ ଜଣ ଆଶାୟୀ ରହିଛନ୍ତି । ୩୪,୦୧୮ ଜଣ ଆଇଟିଆଇ ଓ ୪୩,୪୬୩ ଜଣ ଡିପ୍ଲୋମା ପଢ଼ି ଚାକିରି ଅପେକ୍ଷାରେ ରହିଛନ୍ତି ।
ବିଧାନସଭାରେ ଧ୍ରୁବ ସାହୁଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏହି ସୂଚନା ଦେଇଛନ୍ତି ।
Powered by Froala Editor