ଦାନ ମାଝୀଙ୍କ ଝିଅ ମାଟ୍ରିକରେ ରଖିଲେ ୨୮୦ ନମ୍ବର
ଭୁବନେଶ୍ବର: ୨୦୧୬ରେ ଜାତୀୟ ତଥା ଅନ୍ତର୍ଜାତୀୟ ଗଣମାଧ୍ୟମ ଖବରର ଶିରୋନାମା ସାଜିଥିବା ଦାନ ମାଝୀଙ୍କ ଝିଅ ମାଟ୍ରିକ ପାସ୍ କରିଛନ୍ତି । ଦାନ ମାଝୀଙ୍କ ବଡ ଝିଅ ଚନ୍ଦିନୀ ଶୁକ୍ରବାର ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୮୦ ନମ୍ବର ହାସଲ କରି ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ୨୦୨୦-୨୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ତାଙ୍କ ପରିବାରର ଆର୍ଥିକ ସ୍ଥିରତା ହେତୁ ଚନ୍ଦିନୀ ବିଭିନ୍ନ ଫାଉଣ୍ଡେସନର ସହାୟତାରେ ଅଧ୍ୟୟନ କରୁଥିଲେ। ସେ ସମୟରେ ବାହାରିନର ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କୁ ୯ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ସୌଭାଗ୍ୟବଶତଃ, ସେ ତାଙ୍କ ପରିବାରର ପ୍ରଥମ ଯିଏକି କଳାହାଣ୍ଡିର ଏକ ପାହାଡ଼ିଆ ଗାଁରୁ ମାଟ୍ରିକ୍ ପାସ୍ କରିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଫଳାଫଳ ଘୋଷଣା ହେବା ପରେ ଚାନ୍ଦିନୀଙ୍କ ପରିବାର ସଦସ୍ୟ ତାଙ୍କୁ ଏହି ସଫଳତା ପାଇଁ ଅଭିବାଦନ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ଚନ୍ଦିନୀଙ୍କ ପିତା ଦାନ ମାଝୀ ୨୦୧୬ରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ କଳାହାଣ୍ଡିରେ ଆମ୍ବୁଲାନ୍ସ ଅଭାବରୁ ସେ ତାଙ୍କ ପତ୍ନୀଙ୍କ ମୃତଦେହକୁ କାନ୍ଧରେ ୧୦ କିଲୋମିଟର ରାସ୍ତା ଅତିକ୍ରମ କରିଥିଲେ ।
Powered by Froala Editor