ତିନିଦିନିଆ ଓଡ଼ିଶା ଗସ୍ତରେ ଇଡି ନିର୍ଦ୍ଦେଶକ
ଭୁବନେଶ୍ୱର: ତିନିଦିନିଆ ଓଡ଼ିଶା ଗସ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନିର୍ଦ୍ଦେଶକ ରାହୁଲ ନବୀନ। ସେ ମଙ୍ଗଳବାର ଭୁବନେଶ୍ବରରେ ପହଞ୍ଚିବେ। ସେ କଟକ ଓ ଭୁବନେଶ୍ବରରେ ବିଭାଗୀୟ ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକରେ ଯୋଗ ଦେବେ।
ଏହାଛଡ଼ା ଆସନ୍ତା ୨୮ ତାରିଖରେ ପୁରୀ ଯାଇ ଇଡିର ନିର୍ଦ୍ଦେଶକ ରାହୁଲ ନବୀନଙ୍କର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି। ଇଡି ନିର୍ଦ୍ଦେଶକଙ୍କ ପ୍ରଥମ ଓଡ଼ିଶା ଗସ୍ତ ବୋଲି ଜଣାଯାଇଛି।
Powered by Froala Editor