୧୫ ହଜାର କିଲୋମିଟର ରାସ୍ତା ହେବ ନିର୍ମାଣ, ଦୁର୍ଗମ ଅଞ୍ଚଳରେ ଚକାଚକ ହେବ ରାସ୍ତା
ଭୁବନେଶ୍ୱର:ନୂଆ ରୂପ ପାଇବ ରାଜ୍ୟର ଅନେକଗୁଡ଼ିଏ ରାସ୍ତା। ଦୁର୍ଗମ ଅଞ୍ଚଳରେ ଚକାଚକ ହେବ ରାସ୍ତା। ଆମ୍ବୁଲାନ୍ସ ଗଡ଼ିବା ପାଇଁ ଆଉ ପ୍ରତିବନ୍ଧକ ହେବ ନାହିଁ। ରାଜ୍ୟ ସରକାର ରାସ୍ତା ନିର୍ମାଣ ନେଇ ଏହିଭଳି ପଦକ୍ଷେପ ନେଇଛନ୍ତି। ଭୁବନେଶ୍ବରରେ ଜୟଦେବ ବିହାରଠାରୁ ନନ୍ଦନକାନନ ପର୍ୟ୍ୟନ୍ତ ରାସ୍ତାର ଉନ୍ନତିକରଣ ହେବ। ମୋହନ ମାଝୀଙ୍କ ସରକାର ଆଗାମୀ ଦିନରେ ରାଜ୍ୟରେ ଅନେକଗୁଡ଼ିଏ ନୂଆ ରାସ୍ତା ନିର୍ମାଣ କରିବେ। ଅନେକଗୁଡ଼ିଏ ରାସ୍ତାର ନବୀକରଣ ହେବ। ସେହିପରି ଦୁର୍ଗମ ଅଞ୍ଚଳରେ ରାସ୍ତା ନିର୍ମାଣ ହେବ। ଦୁର୍ଗମ ଅଞ୍ଚଳରେ ରାସ୍ତାଘାଟ ନିର୍ମାଣ ହେବା ଦ୍ବାରା ଗମନାଗମନରେ ସୁବିଧା ହେବ।
ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗ ଆଗାମୀ ଦିନରେ ୧୫ ହଜାର କିଲୋମିଟର ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ରାଜ୍ୟ ସରକାର ଦୁଇ ହଜାର କିଲୋମିଟର ରାସ୍ତାର ଉନ୍ନତିକରଣ କରିବେ। ଏହା ଦ୍ବାରା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଯାତାୟତରେ ସୁବିଧା ହେବ। ଲୋକଙ୍କର ସମୟ ବଞ୍ଚିଯିବ। ରାଜଧାନୀ ଭୁବନେଶ୍ବରରେ ଟ୍ରାଫିକ ଭିଡ଼କୁ ଦୂର କରିବା ପାଇଁ ରାସ୍ତାର ଉନ୍ନତିକରଣ କରାଯିବ। ରାଜ୍ୟ ସରକାର ୨୦ କିଲୋମିଟର ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜୟଦେବ ବିହାରରୁ ନନ୍ଦନକାନନ ୧୩.୫ କିମି ରାସ୍ତା ନିର୍ମାଣ କରାଯିବ। ବିଧାନସଭାରେ ନିର୍ମାଣ ବିଭାଗ ମନ୍ତ୍ରୀ ଏହି ଘୋଷଣା କରିଛନ୍ତି।
Powered by Froala Editor