ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍ : ସେମିନାର ହଲ୍ରୁ ୪୦ ମିନିଟ୍ ପରେ ବାହାରିଥିଲା ସଞ୍ଜୟ
ସାମ୍ନାକୁ ଆସିଲା ଅଭିଯୁକ୍ତ ସଞ୍ଜୟର ସିସିଟିଭି ଫୁଟେଜ୍। ଯାହା ଘଟଣା ଦିନର ତଥା ଅଗଷ୍ଟ ୯ ତାରିଖର ବୋଲି କୁହାଯାଉଛି। ସେହି ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଛି ଯେ ଅଭିଯୁକ୍ତ ଘଟଣା ଘଟିବା ଦିନ ରାତି ପ୍ରାୟ ୧.୦୩ ସମୟରେ ହସ୍ପିଟାଲ୍ ଭିତରେ ପ୍ରବେଶ କରୁଛନ୍ତି। ଫୁଟେଜ୍ରେ ଆହୁରି ବି ଦେଖିବାକୁ ମିଳିଛି ଯେ ସେ ହସ୍ପିଟାଲ୍ ଭିତରକୁ ପ୍ରବେଶ କରିବା ବେଳେ ତାଙ୍କ ବେକରେ ଏକ ବ୍ଲୁଟୁଥ୍ ଇୟର୍ଫୋନ୍ ଝୁଲୁଥିଲା।
କୋଲକାତା ପୁଲିସ ଓ ସିବିଆଇ ତଦନ୍ତରୁ ମିଳିଥିବା ତଥ୍ୟ ଅନୁଯାୟୀ, ସେଦିନ ରାତିରେ ସେମିନାର୍ ହଲ୍କୁ ଯାଇଥିଲେ ମୋଟ୍ ୬ ଜଣ। ପୀଡ଼ିତା, ଅଭିଯୁକ୍ତ ସଞ୍ଜୟଙ୍କ ବ୍ୟତୀତ ଆଉ ୪ ଜଣ ଥିଲେ। ରାତିରେ ଡ୍ୟୁଟି ପରେ ସେମିନାର୍ ହଲରେ ହିଁ ପୀଡ଼ିତାଙ୍କ ସହ ଏମାନେ ଡିନର କରିଥିଲେ। ଡିନର୍ ପରେ ୪ ଜଣ ସେମିନାର ହଲରୁ ବାହାରି ଆସିଥିଲେ।
ଭୋର୍ ପ୍ରାୟ ୪ଟା ବେଳେ ସେମିନାର୍ ହଲ୍କୁ ପଶିଥିଲା ଅଭିଯୁକ୍ତ ସଞ୍ଜୟ। ପ୍ରାୟ ୩୦-୪୦ ମିନିଟ୍ ରହିବା ପରେ ସେଠୁ ବାହାରକୁ ଆସିଥିଲା ଅଭିଯୁକ୍ତ। ସେମିନାର ହଲକୁ ଯିବାବେଳେ ତା'ବେକରେ ବ୍ଲୁଟୁଥ୍ ଇୟର୍ଫୋନ୍ ଏବଂ ହାତରେ ହେଲମେଟ ଥିଲା, କିନ୍ତୁ ବାହାରକୁ ଆସିବା ପରେ ତା' ବେକରେ ବ୍ଲୁଟୁଥ୍ ଇୟର୍ଫୋନ୍ ନ ଥିଲା।
ପୀଡିତାଙ୍କ ମୃତଦେହ ନିକଟରୁ ବ୍ଲୁଟୁଥ୍ ଇୟର୍ଫୋନ୍ ଉଦ୍ଧାର କରାଯାଇଛି, ଯାହାଫଳରେ ସଞ୍ଜୟ ରୟଙ୍କୁ ଗିରଫ କରାଯାଇଥିଲା ବୋଲି ପୁଲିସ କହିଛି। ସଞ୍ଜୟଙ୍କ ଭିତରକୁ ଯାଉଥିବା ଏହି ସିସିଟିଭି ଫୁଟେଜ ଜାରି ହୋଇଛି, କିନ୍ତୁ ତାଙ୍କ ବାହାରିବା ବେଳର ଫୁଟେଜ ଏପର୍ଯ୍ୟନ୍ତ ସାମ୍ନାକୁ ଆସି ପାରିନାହିଁ।
ତଦନ୍ତରୁ ଆହୁରି ବି ଜାଣିବାକୁ ମିଳିଛି ଯେ ସଞ୍ଜୟ ରୀତିମତ ଭାବେ ଦେହଜୀବୀମାନଙ୍କ ନିକଟକୁ ଯାଆନ୍ତି। ସେ ନିକଟରେ ଅଗଷ୍ଟ ୮ ତାରିଖ ରାତିରେ ରେଡ୍ ଲାଇଟ୍ ଅଞ୍ଚଳ ସୋନାଗଛିକୁ ଯାଇଥିଲା। ସେଠାରେ ମଦ୍ୟପାନ କରିବା ସହ ଜଣକ ପରେ ଜଣେ କରି ସେ ଦୁଇ ଦେହଜୀବୀଙ୍କ ସହ ସମୟ ବତାଇଥିଲା।
Powered by Froala Editor