ଇଞ୍ଜେକ୍ସନର ପାର୍ଶ୍ଵପ୍ରତିକ୍ରିୟା ଯୋଗୁଁ ୨୦ ଜଣ ଶିଶୁ ଅସୁସ୍ଥ
ଢ଼େଙ୍କାନାଳରେ ଆଣ୍ଟିବାୟୋଟିକ ଇଞ୍ଜେକ୍ସନର ପାର୍ଶ୍ଵପ୍ରତିକ୍ରିୟା ଯୋଗୁଁ ୨୦ ଜଣ ଶିଶୁ ଅସୁସ୍ଥ ଥିବା ଖବର ସାମ୍ନାକୁ ଆସିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗରେ ୨୦ ଜଣ ଶିଶୁ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସମସ୍ତ ଶିଶୁଙ୍କୁ କମ୍ପ ଆସିବା ସହ ଜ୍ୱର ଲକ୍ଷଣ ଦେଖାଦେଇଥିଲା । ତେବେ କେଉଁ ଔଷଧ ଯୋଗୁଁ ଏପରି ଘଟିଛି, ଡାକ୍ତର ତାହାର କାରଣ ଖୋଜୁଛନ୍ତି ।
ଇଞ୍ଜେକସନ ନେବା ପରେ ଶିଶୁମାନଙ୍କ କମ୍ପ ଜ୍ବର ଆସିବା ସହ ପେଟ କାଟିଥିଲା। କେତେକ ଶିଶୁଙ୍କ ବାନ୍ତି, ଝାଡ଼ା ଓ ପରିସ୍ରା ହୋଇଥିଲା। ଶିଶୁମାନେ ନିଶ୍ୱାସ ମଧ୍ୟ ନେଇପାରିନଥିଲେ ।ଏହାକୁ ନେଇ ଶିଶୁ ୱାର୍ଡରେ ଥିବା ଅଭିଭାବକମାନେ ଭୟଭୀତ ହୋଇପଡିଥିଲେ । ଫଳରେ କିଛି ସମୟ ଧରି ୱାର୍ଡ ପରିସର ଓ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲ।
ଏହାପରେ ଶିଶୁ ବିଭାଗ ବିଶେଷଜ୍ଞ ଏବଂ ଫାର୍ମାସିଷ୍ଟ ମାନେ ଅସୁସ୍ଥ ଶିଶୁ ମାନଙ୍କର ତୁରନ୍ତ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ସଂଗ୍ରାମ କେଶରୀ ଭୋଳ କହିଛନ୍ତି- ଏହାଏକ ମାଇନର ରିଆକ୍ସନ । ଇଞ୍ଜେକ୍ସନ, ଡିଷ୍ଟିଲ ୱାଟର, ସାଲାଇନ୍ – କେଉଁଥିରେ ସମସ୍ୟା ଅଛି, ସେ ସମ୍ପର୍କରେ ଆମେ ଅନୁଧ୍ୟାନ କରୁଛୁ । ବର୍ତ୍ତମାନ ଶିଶୁମାନେ ସୁସ୍ଥ ଅଛନ୍ତି।
Powered by Froala Editor