ଆର୍ଜି କର୍ ଏକ୍ସ-ପ୍ରିନ୍ସିପାଲଙ୍କ ନାଁରେ ସଙ୍ଗୀନ ଅଭିଯୋଗ : ଅଚିହ୍ନା ଶବକୁ ବିକୁଥିଲେ
ଆର୍ଜି କର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ନିଆଁ ଜଳୁଛି। ଏହା ବିରୋଧରେ ସାରା ଦେଶର ଡାକ୍ତରମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତେବେ ଏହାରି ଭିତରେ ବଡ଼ ପର୍ଦ୍ଦାଫାଶ ହୋଇଛି। ଆରଜି ହସ୍ପିଟାଲର ପୂର୍ବ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ନାଁ ସଙ୍ଗୀନ ଅଭିଯୋଗ ହୋଇଛି।
ହସ୍ପିଟାଲର ଅଚିହ୍ନା ଶବ ଗୁଡିକୁ ସେ କୁଆଡେ ବିକ୍ରି କରି ଦେଉଥିବା ନେଇ ଅଭିଯୋଗ ହୋଇଛି। ଏକ ସାକ୍ଷାତକାର୍ରେ ଆରଜି କର ମେଡିକାଲ କଲେଜର ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଅଖତର ଅଲି ଏଭଳି କିଛି ଦାବି କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଅଚିହ୍ନା ମୃତଦେହକୁ ବିକ୍ରି କରିବା ରାକେଟ୍ରେ ସାମିଲ ଥିଲେ। କେବଳ ସେତିକି ନୁହେଁ ସେ ଅନେକ ବେଆଇନ କାର୍ଯ୍ୟରେ ମଧ୍ୟ ଲିପ୍ତ ଅଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଘୋଷ ବାଂଲାଦେଶରେ ଜୈବ ଚିକିତ୍ସା ବର୍ଜ୍ୟବସ୍ତୁ ଏବଂ ଚିକିତ୍ସା ଉପକରଣର ଚୋରା କାରବାରରେ ସାମିଲ ଅଛନ୍ତି।
ସେ ଅଭିଯୋଗ କରିଛନ୍ତି, ଏହି ରାକେଟ ଚଳାଇବା ପରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିପାଇଁ ତାଙ୍କ ଉପରେ ଏକ ଯାଞ୍ଚ କମିଟି ବସିଥିଲା। ହେଲେ ଅଭିଯୁକ୍ତ ହୋଇଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଆରଜି ମେଡିକାଲରେ ଇସ୍ତଫା ଦେଇଥିବା ଏକ୍ସ ପ୍ରିନ୍ସପାଲଙ୍କୁ କିଛି ଘଣ୍ଟା ମଧ୍ୟରେ କୋଲକାତା ମେଡିକାଲ କଲେଜରେ ନିଯୁକ୍ତି ମିଳି ଯାଇଥିଲା।
ସୁପରିଟେଣ୍ଡଣ୍ଟ ଆହୁରି ସାଂଘାତିକ ଅଭିଯୋଗ କରିଛନ୍ତି କି, ସନ୍ଦୀପ ଘୋଷ ଆରଜି ମେଡିକାଲରୁ ଛାତ୍ରଙ୍କୁ ପାସ୍ କରିବା ପାଇଁ ଲାଞ୍ଚ ମାଗୁଥିଲେ।
Powered by Froala Editor