ସାପକୁ ଖେଳନା ଭାବି ଦୁଇ ଖଣ୍ଡ କରିଦେଲା ଶିଶୁ
ବର୍ଷକର ଶିଶୁ ଗୋଟିଏ ସାପକୁ ଖେଳନା ଭାବି କାମୁଡ଼ି ଦୁଇ ଖଣ୍ଡ କରିଦେଇଛି। ବିହାରର ଗୟା ଜିଲାରେ ଏ ଅଜବ ଘଟଣା ଦେଖିବାକୁ ମିଳିଛି। ସାପଟିର ମୃତ୍ୟୁ ଘଟିଥିବା ବେଳେ ସୌଭାଗ୍ୟ ବଶତଃ ଶିଶୁଟି ବଞ୍ଚିଯାଇଛି।
ସୂଚନାଯୋଗ୍ୟ, ଫତେହପୁର ଥାନା ଅଞ୍ଚଳରେ ଜମୁହାର ଗ୍ରାମରେ ରାକେଶ କୁମାର ବସବାସ କରନ୍ତି। ରାକେଶଙ୍କ ଏକବର୍ଷର ଶିଶୁ ରିୟାଂଶ କୁମାର ଘର ସାମ୍ନାରେ ଖେଳୁଥିବା ବେଳେ ଏକ ସାପ ଛୁଆ ଯିବାର ଦେଖିଥିଲା। ଯାହାକୁ ସେ ଖେଳଣା ଭାବି ଧରି ପକାଇ ଥିଲା।
ପରିବାର ଲୋକ ତା’ ନିକଟରେ ମୃତ ସାପକୁ ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ତାକୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସାପ ମରି ଯାଇଥିବା ବେଳେ ପିଲାଟି ସୁସ୍ଥ ଥିବା ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଛୋଟ ଛୁଆ ହେତୁ ସବୁଜିନିଷକୁ ପାଟିରେ ପୁରାଇବାର ଅଭ୍ୟାସ । ତେଣୁ ଉକ୍ତ ଶିଶୁ ସାପକୁ ଖେଳଣା ଭାବି ପାଟିରେ ପୁରାଇ ଚୋବାଇବାକୁ ଲାଗିଥିଲା। ଏମିତି କି ଶିଶୁ ସାପକୁ ଚୋବାଇ ଚୋବାଇ ମାରି ବି ଦେଇଥିଲା।
ଏହି ଘଟଣା ସମ୍ପର୍କରେ ଯେତେବେଳେ ପରିବାରାଲୋକ ଜାଣିଥିଲେ ସେମାନେ କ’ଣ କରିବେ କିଛି ବୁଝି ପାରି ନଥିଲେ। ସଙ୍ଗେସଙ୍ଗେ ଶିଶୁକୁ ଧରି ଡାକ୍ତରଙ୍କ ପାଖକୁ ଦୌଡ଼ି ଯାଇଥିଲେ। ସେଠାରେ ଡାକ୍ତର ଶିଶୁର ଚିକିତ୍ସା କରି ଡରିବାର କୌଣସି କାରଣ ନାହିଁ ବୋଲି କହିଥିଲେ।
Powered by Froala Editor