ବସ୍ରେ ପ୍ରସୂତିଙ୍କ ହେଲା ଯନ୍ତ୍ରଣା, କଣ୍ଡକ୍ଟର କଲେ ପ୍ରସବ
ତେଲେଙ୍ଗାନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସୋମବାର ଜଣେ ବସ୍ କଣ୍ଡକ୍ଟର ସହାୟତାରେ ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ସାନ୍ଧ୍ୟା ନାମକ ଗର୍ଭବତୀ ମହିଳା ରକ୍ଷାବନ୍ଧନ ଅବସରରେ ନିଜ ବାପ ଘରକୁ ଯାଉଥିଲେ। ଅଚାନକ ବସ୍ ରେ ଯାତ୍ରା କରୁଥିବା ସମୟରେ ପ୍ରସବ କଷ୍ଟ ହୋଇଥିଲା। ଏହାପରେ ବସରେ ଥିବା ମହିଳା କଣ୍ଡକ୍ଟର ଏବଂ ଏକ ନର୍ସ ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମର ବସରେ ଡେଲିଭରୀ କରିବାକୁ ନିଷ୍ପତ୍ତି ନେଇଥିଲେ।
ସଫଳ ପ୍ରସବ ପରେ ବସ୍ ସନ୍ଧ୍ୟା ଏବଂ ତାଙ୍କ ନବଜାତ ଶିଶୁର ନିରାପଦ ପରିବହନକୁ ଡାକ୍ତରଖାନାକୁ ସୁନିଶ୍ଚିତ କରିଥିଲା। ତେଲେଙ୍ଗାନା ରାଜ୍ୟ ସଡକ ପରିବହନ ନିଗମର ପରିଚାଳନା ନିର୍ଦ୍ଦେଶକ ଭି.ସି ସାଜନାର ଏହି ଘଟଣାର ସବିଶେଷ ତଥ୍ୟ ଶେୟାର କରିଛନ୍ତି ଏବଂ ଗର୍ଭବତୀ ଯାତ୍ରୀଙ୍କ ଯତ୍ନ ନେବାରେ ସାହସିକତା ଏବଂ ନିସ୍ଵାର୍ଥପର ଉଦ୍ୟମ ପାଇଁ କଣ୍ଡକ୍ଟର ଜି ଭାରତୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଏହାପୂର୍ବରୁ କେରଳ ମାଲାପୁରାମ ଜିଲାର ଜଣେ ୩୭ ବର୍ଷ ବୟସ୍କା ମହିଳା ଥ୍ରୀସୁରର ଏକ କେଏସଆରଟିସି ବସ୍ରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।
Powered by Froala Editor