ରାକ୍ଷୀ ପୂର୍ଣ୍ଣିମାରେ ପତ୍ନୀ ନାକ କାଟିଦେଲା ସ୍ୱାମୀ
ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣୀ। ତେବେ ବାପ ଘରକୁ ଯାଇ ଭାଇ ହାତରେ ରାକ୍ଷୀ ବାନ୍ଧିକାକୁ ଚାହୁଁଥିବା ଜଣେ ଭଉଣୀ ସହ ଘଟିଛି ଅଘଟଣ। ରାଗି ଯାଇ ତା' ସ୍ୱାମୀ ନାକ କାଟି ଦେଇଛି। ଏଭଳି କିଛି ଘଟଣା ଘଟିଛି ଉତ୍ତର ପ୍ରଦେଶ ହରଦୋଇରେ।
କୋଟଓ୍ୱାଲି ଗାଁର ପୁରଭା ନିବାସୀ ଅନୀତା ସୋମବାର ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ବାପ ଘରକୁ ଯିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ସ୍ବାମୀ ରାହୁଲ ଏହା କରିବାକୁ ମନା କରି ଦେଇଥିଲେ। ଯାହା ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଝଗଡ଼ା ଏତେ ବଢିଗଲା ଯେ ସ୍ବାମୀ କ୍ରୋଧରେ ସ୍ତ୍ରୀଙ୍କ ନାକ କାଟିଦେଲେ। ଏହା ପରେ ମହିଳାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ମହିଳାଙ୍କୁ ଲକ୍ଷ୍ନୌର ଟ୍ରମା ସେଣ୍ଟରକୁ ରେଫର କରାଯାଇଥିଲା। ଅନୀତାଙ୍କ ଅବସ୍ଥା ସ୍ଥିର ରହିଛି।
ପୁଲିସ ଅନୁସାରେ ଏହି ଘଟଣାକୁ ନେଇ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇନାହିଁ। ଅଭିଯୋଗ ପରେ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Powered by Froala Editor