ଅସନ୍ତୁଷ୍ଟ ପରୀକ୍ଷାର୍ଥୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା,ଜାଣନ୍ତୁ କ’ଣ
କଟକ : ଗତକାଲି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା । ତେବେ ପରୀକ୍ଷା ଫଳକୁ ନେଇ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହୋଇଛନ୍ତି । ପ୍ରକାଶିତ ରେଜଲ୍ଟକୁ ନେଇ କେହି ପରୀକ୍ଷାର୍ଥୀ ଅସନ୍ତୁଷ୍ଟ ଥିଲେ ସେମାନଙ୍କ ପଇଁ ବିକଳ୍ପ ପରୀକ୍ଷା ବ୍ୟବସ୍ଥା ରହିଛି । ମାତ୍ର ଉକ୍ତ ସ୍ୱତନ୍ତ୍ର ପରୀକ୍ଷା ବ୍ୟବସ୍ଥାରେ ବୋର୍ଡ କିଛି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଲାଗୁ କରିଛି । ରେଜଲ୍ଟକୁ ଚାଲେଞ୍ଜ କରୁଥିବା ପରୀକ୍ଷାର୍ଥୀମାନେ ସମସ୍ତ ବିଷୟରେ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ନିୟମ ରଖାଯାଇଛି । କୌଣସି ପରୀକ୍ଷାର୍ଥୀ ଚାହିଁଲେ ନିଜ ଇଚ୍ଛାରେ ନିର୍ଦ୍ଦିଷ୍ଟ କିଛି ବିଷୟରେ ପରୀକ୍ଷା ଦେଇପାରିବେ ନାହିଁ । ପରୀକ୍ଷା ପାଇଁ ଆବେଦନ କରୁଥିବା ପରୀକ୍ଷାର୍ଥୀଙ୍କୁ ସାହିତ୍ୟ, ଇଂରାଜୀ, ହିନ୍ଦୀ/ସଂସ୍କୃତ, ଗଣିତ, ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ସମସ୍ତ ୬ଟି ଯାକ ବିଷୟରେ ପରୀକ୍ଷା ଦେବାକୁ ପଡ଼ିବ ବୋଲି ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଉକ୍ତ ପରୀକ୍ଷାରେ ଯାହା ଫଳାଫଳ ବାହାରିବ ତାହାହିଁ ଚୂଡ଼ାନ୍ତ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି।
Powered by Froala Editor