ଆର୍ଥ ଅବଜରବେସନ ସାଟେଲାଇଟ EOS-8ର ସଫଳ ଉତକ୍ଷେପଣ
ନୂଆଦିଲ୍ଲୀ: ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେଶ ସେଣ୍ଟରରୁ SSLV-D3ରକେଟ ଜରିଆରେ ଆର୍ଥ ଅବଜରବେସନ ସାଟେଲାଇଟ EOS-8ର ସଫଳ ଉତକ୍ଷେପଣ ହୋଇଛି । ଆଜି ସକାଳ ୯ଟା ୧୭ମିନିଟ ସମୟରେ ଏହାର ସଫଳ ଉତକ୍ଷେପଣ ହୋଇଛି । ଇସ୍ରୋର ଏହି ପଦକ୍ଷେପ ସହିତ ଭାରତ ବର୍ତ୍ତମାନ ପୃଥିବୀର ହୃଦସ୍ପନ୍ଦନ ଶୁଣିବାରେ ସକ୍ଷମ ହେବ । ଯଦି ଇସ୍ରୋର ଏହି ମିଶନ ସଫଳ ହୁଏ ତେବେ ଭାରତ ସମ୍ଭାବ୍ୟ ବିପର୍ଯ୍ୟୟ ବିଷୟରେ ଆଗୁଆ ସୂଚନା ପାଇପାରିବ । କ୍ଷୁଦ୍ର ସାଟେଲାଇଟ୍ ଲଞ୍ଚ ଯାନ SSLV-D3 ର ତୃତୀୟ ତଥା ଅନ୍ତିମ ବିକାଶମୂଳକ ଉଡାଣ ମାଧ୍ୟମରେ ଏହା ଉତକ୍ଷେପଣ କରାଯାଇଛି ।
Powered by Froala Editor